
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଉରାଳୀର ପ୍ରସିଦ୍ଧ ବାମନ କ୍ଷେତ୍ର ଶ୍ରୀଶ୍ରୀ ଦଧିବାମନ ଜୀୟୂଙ୍କର ସ୍ନାନ ଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଭୋରୁ ପ୍ରଭୁ ଦଧିବାମନ ଜୀୟୁଙ୍କର ନିତି କାନ୍ତି ସରିବା ପରେ ଦଧିବାମନ ଜୀଯୁଙ୍କୁ ବିଗ୍ରହକୁ ତାଙ୍କ ଆସ୍ଥାନରୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ୧୦୮ ଗରାରେ ଜଳ ଅଣାଯାଇ ପ୍ରଭୁ ଦଧିବାମନ ଜୀୟୁଙ୍କୁ ସ୍ନାନ କରାଯାଇଥିଲା । ସ୍ନାନ ପରେ ତୁଳସୀ ମାଳ,ଚନ୍ଦନ ,କର୍ପୁର ଲଗାଯାଇ ବେଶ କରାଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ଉରାଳୀର ଦଧୀବାମନ ଜୀୟୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା । ନିଲୁ ମହାନ୍ତିଙ୍କ ତତ୍ୱ । ବଧନରେ ଆୟୋଜିତ ସ୍ନାନ ପୂର୍ଣ୍ଣିମା କାର୍ଯ୍ୟରେ ମନ୍ଦିର ପରିଚାଳନା ବୋର୍ଡର ମୁଖ୍ୟ , ପୂଜକ ଏବଂ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

