ସହୀ ଦଭଗତସିଂ ଯୁବକସଂଘ ପକ୍ଷରୁ କରମଣ୍ଡଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ପାଇଁ : ସମୂହ ଦୀପଦାନ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଆହତ ମାନଙ୍କର ଆସୁଆରୋଗ୍ୟ କାମନା କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହରର ଗୋପବନ୍ଧୁ ଛକ ଠାରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବ୍ୟାସନଗରର ଅଗ୍ରଣୀ ସାମାଜିକ ସଙ୍ଗଠନ ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଦୁଇ ମିନିଟ ମୃତକଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା ଏବଂ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ କୁମାର ଧୀର, କାର୍ଯ୍ୟକାରୀ ସଭାପତି ସମୀର ରାୟ, ଉପସଭାପତି କଳିଙ୍ଗ ପହି,କୋଷାଧକ୍ଷ ପରେଶ ଦାଶ, ସାମ୍ବାଦିକ ମଳୟ ମଲ୍ଲିକ, ପବିତ୍ର ମହାନ୍ତି,ସୁଜିତ ମଲ୍ଲିକ, କଳ୍ପତରୁ ଧୀର,ଆଶିଷ ମଲ୍ଲିକ, ହେମନ୍ତ ନାୟକ, ଅସିତ ଦାସ , ଦୀପକ ଦାସ, କାଳନ୍ଦୀ ମଲ୍ଲିକ,ରମାକାନ୍ତ ବେହେରା, ଖଗେଶ୍ୱର ମଲ୍ଲିକ, ଗୋବିନ୍ଦ ବାରିକ, ମାନସ ରାଉତ,ମନିସ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଆହତଙ୍କ ଆଶୁଆଗୋଗ୍ୟ କାମନା କରିଥିଲେ l

Exit mobile version