Home ଓଡ଼ିଶା ପରିଚୟ ପାଇନଥିବା ମୃତଦେହ ଭୁବନେଶ୍ୱର ଆସିବ : ମୁଖ୍ୟ ଶାସନ ସଚିବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି ମୃତଦେହ ଚିହ୍ନଟ । ୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲେଶ୍ବର :- ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇ ଶନିବାର ଅପରାହ୍ନରେ ଶେଷ ହୋଇଛି । ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି ମୃତଦେହ ଚିହ୍ନଟ । ଏନେଇ ମୁଖ୍ୟ ଶାସନ ସଚିବ, ପ୍ରଦୀପ ଜେନା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଶେଷ ବଗିର ଉଦ୍ଧାର କାର୍ୟ୍ୟ ଚାଲିଛି । ଏଥିରୁ ୧୭ଟି ଶବ ଉଦ୍ଧାର ହୋଇଛି । ଯେଉଁ ପର୍ୟ୍ୟନ୍ତ ପରିବାର ମୃତ ଶରୀରକୁ ଚିହ୍ନଟ କରିନାହିଁ ସେ ପର୍ୟ୍ୟନ୍ତ ଏମ୍ସ, ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ଶବ ଗୃହରେ ମୃତଦେହକୁ ରଖାଯିବ ।ଏନେଇ ସମସ୍ତ କଥାବାର୍ତ୍ତା ସରିଛି । ୧୬୦ ରୁ ଅଧିକ ମୃତଦେହ କାଲି ଭୁବନେଶ୍ବରରେ ପହଞ୍ଚିବ । ମୃତ ଶରୀରକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ୩୦ରୁ ୪୦ ମୃତ ଯାତ୍ରୀଙ୍କ ପରିଚୟ ମିଳିଲାଣି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ଠାବ କରାଯାଇଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ଅଛି ଜ୍ଝ ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026