ମହାପ୍ରଭୁ ଙ୍କ ରଥ ଚକ,ଅଖ ଡେରା ନୀତି ସମ୍ପନ୍ନ : ରଣପୁର

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଚଳିତ ବର୍ଷ ରଣପୁରରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ଵୀକୃତି ପ୍ରଦାନ ପରେ ତିନି ଠାକୁର ଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ରଣପୁର ଜଙ୍ଗଲ ରୁ ଆବଶ୍ୟକ ପରିମାଣ ର କାଠ ଆସି ତିନି ବିଗ୍ରହ ମାନଙ୍କ ରଥ ନିର୍ମାଣର ପରମ୍ପରା ରହିଛି ହେଲେ ହେଁ ଚଳିତ ବର୍ଷ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ କାଠ ର ଅଭାବ ଦର୍ଶାଇ କାଠ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ ।ପରେ ସରକାର ଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ କ୍ରମେ କାଠ ଦିଆଯିବ ବୋଲି ପ୍ରକାଶ କରିଥିଲେ ଯାହାକୁ ନେଇ ମନ୍ଦିର ପ୍ରଶାସନ ଓ ସାଧାରଣ ରେ ଅସନ୍ତୋଷ ସୃଷ୍ଟି ପାଇଥିବା ଦେଖିବାକୁ ମିଳିଥିଲା । ତତ୍ ପରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଘରୋଇ କାଠ ସଂଗ୍ରହ ହେବା ସମେତ କିଛି ପୁରୁଣା କାଠ କୁ ନେଇ ରଥ ନିର୍ମାଣ କାର‌୍ୟ୍ୟ ସୁଚାରୁ ରୂପେ ଚାଲିଥିବା ଦେଖିବାକୁ ମିଳିଛି ।ମୁଖ୍ୟ ମହାରଣାଙ୍କ ସହ ଅନ୍ୟ ୩ ସହଯୋଗୀ ମହାରଣା ଙ୍କୁ ନେଇ ରଥ କାଠ ର ଅଭାବ ସତ୍ତ୍ୱେ କାର‌୍ୟ୍ୟ ସୁରୁଖୁରୁରେ ଚାଲିଛି । ପ୍ରତି ବର୍ଷ ଦେବ ସ୍ନାନ ପୂର୍ଣ୍ଣିମା ଦିନ ରଥ ଅଖରେ ଚକ ଲାଗି ଡେରା ହୋଇଥାଏ ତେବେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ରଥ ଚକ ଡେରା କାର‌୍ୟ୍ୟ ସମ୍ପନ୍ନ କରାଯାଇଛି ।ଚଳିତ ବର୍ଷ ଜୁଲାଇ ୧ ତାରିଖ ରେ ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ ପଡୁଥିବାରୁ ତାହା ପୁର୍ବରୁ ରଥ ନିର୍ମାଣ କାର‌୍ୟ୍ୟ ଶେଷ କରିବେ ବୋଲି ମୁଖ୍ୟ ମହାରଣା ପ୍ରତିକ୍ରିୟା ରଖିଛନ୍ତି । ଗତ ବର୍ଷ ଗୁଡ଼ିକ ଭଳି ଚଳିତ କରୋନା କଟକଣା ନଥିବା ରୁ ରଥ ଯାତ୍ରା ଲୋକ ମାନଙ୍କ ମନରେ ବିଶେଷ ଖୁସି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।

Exit mobile version