
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର,ରିପୋର୍ଟ :– ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ରଣପୁର ଶ୍ରୀମନ୍ଦିର ସ୍ନାନବେଦୀ ରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ତିନି ଠାକୁର । ଶ୍ରୀଜୀଉଙ୍କ ଗଜାନନ ବେଶ କୁ ଦର୍ଶନ କରିବା ପାଇଁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ର ଏହି ଅପୂର୍ବ ଗଜବେଶ କୁ ସେବାୟତ ଙ୍କ ମଧ୍ୟରେ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇ ୧୦୮ ଗଡୁ ପାଣି ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ସାରି ଚନ୍ଦନ ଲାଗି ହେବା ପରେ ଗଜାନନ ବେଶ କରାଯାଇଥିଲା । ଏହାପରେ ଫୁଲ , ଅଳଙ୍କାର ଇତ୍ୟାଦି ରେ ଆଭୂଷଣ କରାଯାଇ ଯଥା ରୀତି ପୂଜାର୍ଚ୍ଚନା କରାଯାଇଛି । ପ୍ରଶାସନ ର ନିର୍ଦେଶ ଅନୁସାରେ ଭକ୍ତ ଙ୍କ ଭିଡ଼ କୁ ନଜରରେ ରଖି ମନ୍ଦିର ର ସେବାୟତ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ସ୍ନାନ ଯାତ୍ରା । ଠାକୁର ଙ୍କ ପହଣ୍ଡି , ସ୍ନାନ ଏବଂ ଗଜ ବେଶ ସମାପ୍ତ ପରେ ଶ୍ରୀ ଜୀଉ ଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ରାତି ୯ ଟାରେ ସ୍ନାନ ମଣ୍ଡପ ରୁ ତିନି ଠାକୁରଙ୍କ ର ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜିଉଙ୍କର ଅଣସର ନୀତି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିରେ ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ସୁରୁଖୁରରେ ସମସ୍ତ କାର୍ଯ୍ୟ କୁ ସମ୍ପନ୍ନ କରାଯାଇଛି ।

