
୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଗତକାଲି ବାହାନଗା, ବାଲେଶ୍ୱରଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ଉଦ୍ଧାରକାର୍ଯ୍ୟ ଓ ଜାରି ରହିଥିବା ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସଂଧ୍ୟାରେ ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାନ୍ନ ସୁଦ୍ଧା ଏହି ସଂଖ୍ୟ ୨୬୧ ରହିଥିଲା ।
