ନୂଆଗାଁ ବ୍ଲକ୍ ରେ ମୋ ଘର ସମ୍ପର୍କିତ ସଚେତନତା କର୍ମଶାଳା . ଯୋଜନା ସମ୍ପର୍କରେ ବ୍ୟାପକ ସଚେତନ କରିବା ପାଇଁ ଅନୁରୋଧ କଲେ ବିଡ଼ିଓ ଶ୍ରୀ ମିଶ୍ର
୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଲକ ସଭାଗୃହରେ ଆଜି ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ର ନିର୍ଦ୍ଦେଶ ନାମା ଓ ଜିଲ୍ଲା ପ୍ରଶାସନ ର ପରାମର୍ଶ କ୍ରମେ ଆଜି ତା ୦୩.୦୬.୨୦୨୩ ରିଖରେ ପୂର୍ବାହ୍ନ ୯ ଘଟିକା ରେ ନୂତନ ଭାବେ ପ୍ରାରମ୍ଭ କରାଯାଇଥିବା “ମୋ ଘର” ଯୋଜନା ସମ୍ପର୍କିତ ଏକ କର୍ମଶାଳା ତଥା ସଚେତନତା କାର୍ଯ୍ୟ କ୍ରମ ନୂଆଗାଁ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ନୂଆଗାଁ ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ରଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ କଚା ଘରେ ବସ ବାସ କରୁଥିବା ପରିବାରବର୍ଗଙ୍କୁ ପକା ଘର ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ଗତ ମଇ ମାସ ୨୯ ତାରିଖରେ “ମୋ ଘର” ଯୋଜନା ଲୋକାର୍ପଣ କରିଥିଲେ । 
ଏହି ପରି ପ୍ରେକ୍ଷୀରେ ଯୋଜନାର ମୁଖ୍ୟ ଉଦ୍ୟେଶ ଏବଂ ଏହାର ସଫଳ ରୁପାୟନ ଦିଗରେ ବ୍ଲକ , ବ୍ଯାଙ୍କ ,ରାଜସ୍ୱ ଅଧିକାରୀ ଏବଂ ଅନ୍ୟମାନ ଙ୍କର କି ପ୍ରକାରର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଅଛି , ସେ ସମ୍ପର୍କରେ ବିଷାଦ ଭାବରେ ବୁଝାଯାଇଥିଲା । ଏହି ଯୋଜନାରେ ଆବେଦନ କରୁଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସାହାଯ୍ୟ ସହଯୋଗ ପ୍ରଦାନ ପୂର୍ବକ ବ୍ଯାଙ୍କ ଋଣ ମଞ୍ଜୁରୀ କରିବା ଦିଗରେ ବ୍ଲକ ଓ ତହସିଲର ଭୂମିକା ଉପରେ ବିଡିଓ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ଏହି ଯୋଜନାରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତି ଆସନ୍ତା ୧୬ ତାରିଖରୁ ରାଜ୍ୟ ସରକାରଙ୍କ ୱେବ ସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଏବଡିଓ ଶ୍ରୀ ସ୍ଵଦେଶ ରଞ୍ଜନ ଶତପଥି ସୂଚନା ଦେଇଥିଲେ ।
