୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳ ବଗିରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ କଟକ,ଭୁବନେଶ୍ୱର ଏବଂ ବାଲେଶ୍ବର ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 
ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଚତୁର୍ଥ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଏହି ଦୁର୍ଘଟଣାର ଖବର ଚାରିଆଡେ ପ୍ରସାରିତ ହେବା ପରେ ସବୁଆଡେ ଦୁଃଖର ଛାୟା ଖେଳି ଯାଇଛି । ବିଶ୍ୱର ସମସ୍ତେ ଏହି ଦୁଃଖଦ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି । ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ଲୋକମାନେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ ରଣପୁର ପ୍ରେସ କ୍ଲବ, ଜଗନ୍ନାଥ ସେନା, ବିଦ୍ଧିଜୀବୀ, ରଥ କାରିଗର ଓ ଜନସାଧାରଣ ଏହି ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ଏବଂ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ନିମନ୍ତେ ରଣପୁର ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା । ସେହିପରି ନରସିଂହପୁର କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ନୀରବ ପାର୍ଥନା କରି ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

