Home ଓଡ଼ିଶା ଶ୍ରୀ ସଂକଟମୋଚନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଉଦଯାପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଲକ ଭେଙ୍କଟରାୟପଲ୍ଲୀ ଗ୍ରାମରେ ନବନିର୍ମିତ ଅଧିଷ୍ଠିତ ଦେବ ଶ୍ରୀ ସଂକଟମୋଚନ ହନୁମାନଙ୍କ ଛଦିନାତ୍ମକ ଦିବ୍ୟ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ରବିବାର ଠାରୁ ଏକ ଭବ୍ୟ ତଥା ଆଧ୍ୟାତ୍ମିକ ପରିବେଶରେ ଶୁଭାରମ୍ଭ ହୋଇଛି ।ପଣ୍ଡିତ ରଞ୍ଜିତ କୁମାର ଦାଶ ଓ ସହଯୋଗୀଙ୍କ ପୌରହିତ୍ୟରେ ପ୍ରଥମ ଦିବସରେ ଜଳାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ଦୀକ୍ଷା ଗ୍ରହଣ,ମଣ୍ଡଳକରଣ,ଅଙ୍କୁରାରୋପଣ ଓ ନାମଯଜ୍ଞ ଆୟୋଜିତ ହୋଇଥିଲା । ମଙ୍ଗଳବାର କର୍ମାରମ୍ଭ, ବ୍ରାହ୍ମଣ ବରଣ, ସାଲା ସଂସ୍କାର, ବୈଦିକାଗ୍ନି ସ୍ଥାପନ ନୀତି ସମ୍ପନ୍ନ ହୋଇଥିଲା । ବୁଧବାର ସୂର୍ଯ୍ୟପୂଜା, ଘଟମଣ୍ଡଳାଦି ପୂଜା, ଦେବତା ଅଧିବାସ, ମହାସ୍ନାନ ଓ ହୋମ ନୀତି ସମ୍ପନ୍ନ ହୋଇଥିଲା । ଅନ୍ତିମ ଦିବସରେ ଦେବତା ପ୍ରତିଷ୍ଠା,ନାମଯଜ୍ଞ ସମାପନ, ନଗର ଭ୍ରମଣ,ପୂର୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମହୋତ୍ସବରେ ଯୋଗ ଦେଇ ଶ୍ରୀ ସଙ୍କଟମୋଚନ ହନୁମାନଙ୍କ ଦିବ୍ୟ ବିଗ୍ରହକୁ ଧୂପ,ଦୀପ,ନୈବେଦ୍ୟ ଯାଚନା କରି ପୂଜାର୍ଚ୍ଚନା କରିଥିଲେ।ଭକ୍ତି ଓ ଶ୍ରଦ୍ଧା ଭାବ ପୂର୍ବକ ଶ୍ରୀ ସଂକଟମୋଚନଙ୍କ ନବ ନିର୍ମିତ ଦିବ୍ୟ ବିଗ୍ରହକୁ ଦର୍ଶନ ଓ ପ୍ରଣାମ କରି ନିଜ ମନୋବାଞ୍ଛା ପୂର୍ଣ୍ଣ ନିମିତ୍ତ କୃପାଭିକ୍ଷା କାମନା କରିଥିଲେ।ଗ୍ରାମବାସୀଙ୍କ ତରଫରୁ ପ୍ରତ୍ୟହ ସାତ୍ତ୍ଵିକ ପ୍ରସାଦ ସେବନର ସୁବ୍ୟବସ୍ଥା ହେବା ସହ ଆଲୋକମାଳା,ସୁରମ୍ୟତୋରଣ,ମହିଳା ସଂକୀର୍ତ୍ତନ ଦଳର ରାମନାମ ସଂକୀର୍ତ୍ତନ ଧ୍ୱନୀରେ ଭକ୍ତିମୟ ପରିବେଶ ପ୍ରକମ୍ପିତ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ହିଞ୍ଜିଳି ଥାନା ପୋଲିସ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଉତ୍ସବ ସ୍ଥଳକୁ ପ୍ରତ୍ୟହ ହଜାର ହଜାର ଦର୍ଶନାର୍ଥୀ ଙ୍କ ସୁଅ ଛୁଟିଥିବା ବେଳେ ବହୁ ମାନ୍ୟଗଣ୍ୟ ଓ ବଦାନ୍ୟ ବ୍ୟକ୍ତି ପ୍ରଭୁଙ୍କୁ ଦର୍ଶନ କରି ବିଭୁକୃପା ଲାଭ କରିଥିଲେ।ଗ୍ରାମବାସୀ ଓ କମିଟି ସଦସ୍ୟଙ୍କ ନିଷ୍ଠା,ଉଦ୍ୟମ ଓ ଅକୁଣ୍ଠ ସହଯୋଗ ଫଳରେ ଶ୍ରୀ ସଂକଟମୋଚନଙ୍କୁ ସ୍ଥାପନା ଓ ପୂଜନ କରି ଦୀର୍ଘ ଦିନର ମନୋବାଞ୍ଛା ପୂରଣ କରିଥିଲେ। Categories: ଓଡ଼ିଶା, ଗଜପତି, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026