୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ତାବରଡ଼ା ଗାଁ ଛକରେ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଗୁୁରୁତର ଲୁହାସିଂ ଗ୍ରାମର ଦିଲ୍ଲୀପ ରଇତ (୨୫) ଏବଂ ଅସୟ ରଇତ , ୨୧ ଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ବାଇକ୍ ରେ ଦିଲ୍ଲୀପ ଏବଂ ଅସୟ ରା,ଉଦୟଗିରି ଯାଉଥିଲେ ।
ବିପରୀତ ଦିଗରୁ ଅଟୋ (ଓଡ଼ି-୨୦ଏ-୭୧୫୮)ରେ ତିନିଜଣ ତଥା ବୁରୁସିଂ ଗ୍ରାମର ସତ୍ଯ ପୂଜାରୀ , ରା,ଉଦୟଗିରି ଗ୍ରାମର ରଘୁନାଥ ବଡ଼ମୁଣ୍ଡି ଓ ଚିତରଂଜନ୍ ପ୍ରଧାନୀ ଖଜୁରୀପଦା ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଛି । ବାଇକ୍ ରେ ଥିବା ଦୁଇ ଜଣଗୁରୁତର ଆହତ ହୋଇଛି । ତାଙ୍କୁ ଉଦ୍ଦାର କରି ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଥିଲେ । ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା, ରା,ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ କହିଛନ୍ତି ।

