Home ଓଡ଼ିଶା ୧୪ ବର୍ଷିୟ ବାଳକଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାଉରକେଲା :- ଜଣେ ରକ୍ତହୀନତା ପୀଡ଼ିତଙ୍କୁ ରକ୍ତ ଦାନ କରି ପୁଣି ବଦାନ୍ୟତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମର ଆଶୁତୋଷ ନାୟକ ନାମକ ଜଣେ ୧୪ ବର୍ଷିୟ ବାଳକ ରକ୍ତହୀନତାରେ ପୀଡ଼ିତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ) ରାଉରକେଲାରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଡାକ୍ତର ତୁରନ୍ତ ରୋଗୀଙ୍କ ପରିବାର ଲୋକଙ୍କୁ ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଅନ୍ୟପକ୍ଷରେ ସମାନ ସମୟରେ ସେହି ଡାକ୍ତରଖାନାକୁ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସର ସହାୟକ ବିଭୂତି ଭୂଷଣ ମଲ୍ଲିକ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ସେ ଆଉ କୌଣସି ପ୍ରକାରର ବିଳମ୍ବ ନକରି ତୁରନ୍ତ ଯାଇ ରକ୍ତହୀନତାରେ ପୀଡ଼ିତ ସେହି ରୋଗୀଙ୍କୁ ରକ୍ତ ଦାନ କରିଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ସେହି ନୀରିହ ବାଳକ ଆଜି ଏକ ନୂଆ ଜୀବନ ପାଇପାରିଛନ୍ତି । Categories: ଓଡ଼ିଶା, ଝାରସୁଗୁଡା, ମହାନଗର, ହୋମ୍ Related Content ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026 ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ by Proprietor Abhimanyu Maharana September 7, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା by Proprietor Abhimanyu Maharana September 7, 2026 Soulful Sarod of Virtuoso Pt. Tejendra Majumdar and Captivating Odissi by Smt by Proprietor Abhimanyu Maharana September 7, 2026 ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026