ସୁନ୍ଦର ପ୍ରାକୃତିକ ପରିବେଶରେ ଘେରା ଏକ ଛୋଟିଆ ସହର ହେଉଛି ରାୟଗଡ଼ା

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ରାୟଗଡାରେ ଥିବା କ୍ୟାମ୍ବରିଜ୍ ବିଦ୍ୟାଳୟରେ ପ୍ରଥମ ଥର ଦୁଇ ଦିନ ପାଇଁ ଚିତ୍ର କର୍ମଶାଳା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଭୁବନେଶ୍ଵରର ପ୍ରଖ୍ୟାତ କଳାକାର ରାଜକିଶୋର ମହାରଣା ଚିତ୍ରଶିଳ୍ପୀ ଭାବରେ ଯୋଗଦେଇ କ୍ୟାମ୍ବ୍ରିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଚିତ୍ରସିକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ୫୦ ରୁ ଉର୍ଦ୍ଧ୍ବ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ନୂତନ କୌଶଳ ଅବଲମ୍ବନ କରି କିପରି ଚିତ୍ର ଆଙ୍କି ପାରିବେ ତାହା ପ୍ରଶିକ୍ଷଣ ଦେଇଥିଲେ । ତା ସହ ଅଭିଭାବକମାନେ ଅନାବଶ୍ୟକ ଜିନିଷକୁ ବ୍ୟବହାର କରି ଚିତ୍ର ମାଧ୍ୟମରେ ତାକୁ କିପରି ସୁନ୍ଦର କରଯାଇପରିବ ତାହା ପ୍ରଶିକ୍ଷଣ ଦେଇଥିଲେ । ଏଥିରେ କ୍ୟାମ୍ବ୍ରିଜ୍ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ କୁମାର ମହପାତ୍ର ଯୋଗଦେଇ , ରାଜକିଶୋର ମହାରଣାଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରିଥିଲେ ।ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ ଓ କର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବଶେଷରେ କାର୍ଯୟନିର୍ବାହୀ ଅଧିକାରୀ ସୁରେଶ କୁମାର ମହପାତ୍ର ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ଅଧକ୍ଷା ଜ୍ୟୋତିର୍ମୟୀ ମହାପାତ୍ର ସମସ୍ତ ଆମନ୍ତ୍ରିତ ଅତିଥି ଓ ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version