Home ଓଡ଼ିଶା ବ୍ୟାଟମିଣ୍ଟନ ସମରକ୍ୟାମ୍ପ-୨୦୨୩ ଉଦଯାପିତ : ହିଞ୍ଜିଳିକାଟୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଗତ ଏକମାସ ଧରି ଆୟୋଜିତ ବ୍ୟାଟମିଣ୍ଟନ ସମର କ୍ୟାମ୍ପ -୨୦୨୩ ବୁଧବାର ଉଦଯାପିତ ହୋଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା, ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ,ନଗର ବିଜେଡି ସଭାପତି ଭୀମସେନ ବେହେରା, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ବ୍ୟାଟ ମିଣ୍ଟନ ପ୍ରଶିକ୍ଷକ ରାହୁଲ ପାଶ୍ୱନ, ପୂର୍ବତନ ପ୍ରଶିକ୍ଷକ ମନୋଜ କୁମାର ସାବତ,ବ୍ୟାଟ ମିଣ୍ଟନ ସଂଘ ଗଞ୍ଜାମ ଜିଲ୍ଲା ମୁଖ୍ୟ ଜିତେନ ଭୂୟାଁ ଓ ବିଇଓ ଏସ. ଗିରିଧର ଓ ପାରିଷଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ରାଜ୍ୟ ସରକାର କ୍ରୀଡା ଓ କ୍ରୀଡାବିତଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉପରେ ସଦା ସର୍ବଦା ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛନ୍ତି । ଶିକ୍ଷା ସହ ଏକ ସଫଳ କ୍ରୀଡାବିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ସୁନାମ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ପ୍ରଶିକ୍ଷକ ମନୋଜ କୁମାର ସାବତଙ୍କୁ ପ୍ରଶିକ୍ଷକ ଭାବେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ସକାଶେ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏଗାର ବର୍ଷରୁ ୧୯ ବର୍ଷ ନିମ୍ନବର୍ଗରେ ରାଜ୍ୟ ସ୍ତରରେ ଚମ୍ପିୟାନ ଆଖ୍ୟା ଅର୍ଜ୍ଜନ କରିଥିବା ଖେଳାଳୀ ଲିଜା ସ୍ବାଇଁଙ୍କୁ ଅତିଥିମାନେ ସିଲ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ବାଳକ ବର୍ଗରେ ବିଜୟୀ ଓ ପରାଜିତ ଦଳକୁ ସିଲ ଓ ମାନପତ୍ର ସହ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, ସମୀର ମହାନ୍ତି,କିଶନପାତ୍ର ଓ ମଞ୍ଜୁଳା ଉପାଧ୍ୟାୟ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।ସ୍ଥାନୀୟ ସହର ସମେତ ଗ୍ରାମାଞ୍ଚଳର ୫୦ ଜଣ ଶିକ୍ଷାର୍ଥୀ ଏକ ମାସ ଧରି ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026