୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଛି । ଏଥିପାଇଁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଏକ ଜନ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା । ଷଣ୍ଢପୁର ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଠିତ ଏହି ଜନ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ବିମାନ ବନ୍ଦର ପ୍ରତିଷ୍ଠା ସମ୍ପର୍କରେ ଜନସାଧାରଣ ସେମାନଙ୍କ ର ମତାମତ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ ।
ଉପଜିଲ୍ଲାପାଳ ଭବତାରଣ ସାହୁ ବିମାନ ବନ୍ଦର ପ୍ରତିଷ୍ଠା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଯିବା ସହ ସେମାନଙ୍କ ମତାମତ କୁ ସରକାର ଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସୂଚନା ଦେଇଥିଲେ । ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ଭୂ ଅର୍ଜନ ଅଧିକାରୀ ନିରଞ୍ଜନ ବାରିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିମାନ ବନ୍ଦର ପାଇଁ ମୋଟ ୧୧୬୪.୮୩୬ ଏକର ଜମି ର ଆବଶ୍ୟକତା ଥିବା ବେଳେ ସେଥି ମଧ୍ୟରୁ ସିପସୁରୁବୁଲି ଗ୍ରାମର ୧୫୩.୩୭୦ ଏକର ଓ ଷଣ୍ଢପୁର ଗ୍ରାମର ୬୮.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି କହିଥିଲେ ।

