୩୦ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- କାର୍ତ୍ତିକ ମାସର ହବିଷ୍ୟାଳି ଵ୍ରତ ଏକ ଅନନ୍ୟ ଓ ପବିତ୍ର କାର୍ଯ୍ୟକ୍ରମ।ଏହାକୁ ଏକ ମାସ ଧରି ଆୟୋଜନ କରିବା ସରକାର ଓ ପ୍ରଶାସନ ପାଇଁ ବେଶ ଆହ୍ୱାନପ୍ରଦ ହୋଇଥାଏ। ୩୦୦୦ ରୁ ଉର୍ଦ୍ଧ୍ବ ମା ମାନେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ଆସି ନିଷ୍ଠାର ସହ ରାଇଦାମୋଦର ବ୍ରତ ପାଳନ କରନ୍ତି ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ମାନଙ୍କ ରେ। ୨୦୨୨ ମସିହାର ରାଇଦାମୋଦର ବ୍ରତର ସଫଳ ଆୟୋଜନ କୁ ଅନୁଧ୍ୟାନ ବା ଷ୍ଟଡି ଭାବେ ଗ୍ରହଣ କରି ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପ୍ରସ୍ତୁତ କରିଛନ୍ତି କାର୍ତ୍ତିକ ବ୍ରତ ଯୋଜନାର ସଫଳତା ସମ୍ପର୍କରେ ଏକ ପୁସ୍ତକ । 
ଏହି ପୁସ୍ତକ କୁ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସମର୍ଥ ବର୍ମା ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା,ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପୁସ୍ତକ ରଚୟିତା ପ୍ରଫେସର ଆଚାର୍ଯ୍ୟ ଯୋଗ ଦେଇ ସରକାର ଓ ପୁରୀ ପ୍ରଶାସନ ର ମିଳିତ ସହଯୋଗ ଓ ପ୍ରୟାସ ରେ ହବିଷ୍ୟାଳି ବ୍ରତର ସଫଳ ରୂପାୟନ ଓ ଆୟୋଜନ ତାଙ୍କୁ ଏଭଳି ଅନୁଧ୍ୟାନ ସୂଚକ ରଚନା ପାଇଁ ପ୍ରେରଣା ଦେଇଥିଲା ବୋଲି କହିବା ସହ ପ୍ରଶାସନ ର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।
