୩୦ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଗସ୍ତ କରିଛନ୍ତି ଜନଜାତି ବ୍ୟାପାର ଓ ଜଳ ଶକ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।ନୂଆଗଡ଼ ବ୍ଲକ ଗସ୍ତ ଗସ୍ତ କରି ସମ୍ବଲପୁର ଗ୍ରାମ ପଞ୍ଚାୟତର ଏନ. ଝାଲରସିଂ ଗ୍ରାମରେ ରେ ଅନୁଷ୍ଟିତ ହୋଇଥିବା ଶବର ସମାଜ କଲ୍ୟାଣ ପ୍ରତିଷ୍ଠାତା ସ୍ବର୍ଗତ ପରମ ପୂଜନୀୟ ପ୍ରଧାନୀ ଗମାଙ୍ଗ ସ୍ମୁତି ମନ୍ଦିର ପ୍ରତିଷ୍ଠା ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଦିବସରେ ଯୋଗଦାନ କରି ଥିଲେ। ଏଥିରେ ପ୍ରଦୀପ ପ୍ରଜ୍ୟୋଳନ କରିବା ପରେ ପୂଜନୀୟ ପ୍ରଧାନୀ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ସ୍ମୁତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲେ।
ତତସହ ଲୁହାଙ୍ଗର ଗ୍ରାମ ପଞ୍ଚାୟତର କୁମଜାଙ୍ଗ ଓ ତାକବୁଲ ଗ୍ରାମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଯୋଗଦେଇ ପ୍ରଥମେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ଏଡିଏମ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ, ସ୍ଥାନୀୟ ସରପଞ୍ଚ ସୁବାସିନୀ ମଣ୍ଡଳ,ବିଜେପି ନେତା ଭୃଗୁ ବକ୍ସି ପାତ୍ର ମଞ୍ଚାସିନ ହୋଇଥିଲେ।

