
୩୦ ମଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଆଜି ଶେଷ ହୋଇଛି । ଏହି ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିଥିଲା । ଏହି ଅଭିଯାନରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଦରଖାସ୍ତ ଗ୍ରହଣ କରାଯାଇ ତତ୍ ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରାଧିକରଣ ପକ୍ଷରୁ ଜଣାପଡିଛି । ଆଜି ଅନ୍ତିମ ଦିବସ ରେ ୯ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରେ ୫ଜଣଙ୍କୁ ଟ୍ରାଇ ସାଇକେଲ, ୩ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଜଣକୁ ଆଶା ବାଡ଼ି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଵିଶେଷ କୁମାର ସାହୁ, ସଦସ୍ୟ ମହମ୍ମଦ ଓମାର ମଲ୍ଲିକ,ଜିଲା ସାମାଜିକ ନିରାପତ୍ତା ଅଧିକାରୀ ଆଦିପତି କଅଁର,ପ୍ରାଧିକରଣ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଧିକରଣ ପକ୍ଷରୁ ସ୍ବେଚ୍ଛାସେବୀ ପ୍ରଫୁଲ୍ଲ କୁମାର ବେହେରା,ମମତାବେହେରା,ଶୁଭସ୍ମିତା ମିଶ୍ର, ପ୍ରମୋଦ କୁମାର ମହାନ୍ତି, ମାନସ ରଞ୍ଜନ ବଲବନ୍ତରାୟ,ଅକ୍ଷୟ କୁମାର ପ୍ରଧାନ,ଲିପ୍ସା ଦାଶ, ସୋନାଲିକା ପଟ୍ଟନାୟକ ପ୍ରମୁଖ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଅବଶ୍ୟକତା ଆଦି ପଚାରି ବୁଝିଥିଲେ । ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ ଅଧିକାରୀ ମାନଙ୍କ ଦୃଷ୍ଟିକୁ ଆଣି ତାହାର ତୁରନ୍ତ ସମାଧାନ ତଥା ସୁବିଧା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା ।

