ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ

୦ ମଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା ।ଏହା କୌଣଶି ବାଘର ପାଦ ଚିହ୍ନ ହୋଇଥାଇପାରେ ବୋଲି ଚର୍ଚ୍ଚା ଯୋର୍ ଧରିଥିଲା । ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାତି ତମାମ ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଥିଲେ ।ଏହାପରେ ମିଳିଥିବା ପାଦ ଚିହ୍ନ କୌଣଶି ବାଘର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ । ଅନ୍ୟପଟେ ଗୁଜବରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବା ସହ ବନ ବିଭାଗକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବନାଞ୍ଚଳ ଅଧିକାରୀ ।

Exit mobile version