ରଣପୁର ସହରାଞ୍ଚଳରେ ସାମାଜିକ ସମୀକ୍ଷାର ଜନଶୁଣାଣି (ସମସ୍ତଙ୍କ ପାଇଁ ବାସଗୃହ)

ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ରଣପୁର ଏନଏସି :- ରଣପୁର ଏନଏସି ଅଫିସ ରେ ବାସଗୃହ ହିତାଧିକାରୀଙ୍କୁ ନେଇ ଏକ ସାମାଜିକ ସମୀକ୍ଷା ବୈଠକ ତା ୨୯.୦୫.୨୦୨୩ ରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ତା ୩୦.୦୫.୨୦୨୩ ରିଖରେ ଏକ ସାମାଜିକ ସମୀକ୍ଷାର ଜନଶୁଣାଣି (ସମସ୍ତଙ୍କ ପାଇଁ ବାସଗୃହ) ରଣପୁର ଏନଏସି ଓ ଲବ୍ସ (LAVS) ନାମକ ଏକ ସଂସ୍ଥା ର ମିଳିତ ଅ।ନୁକୁଲ୍ୟରେ ଆୟୋଜିତ କରଯାଇଥିଲା । ଏହି ବୈଠକରେ NAC ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ସଭାପତିତ୍ଵ କରିଥିଲେ , ବୈଠକରେ ସାମାଜିକ ସମିକକ୍ଷ ବଂଶୀଧର ଷଡ଼ଙ୍ଗୀ, ଉପାଧ୍ୟକ୍ଷ ବିଶ୍ଵରଂଜନ ପଟ୍ଟନାୟକ ,NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡ଼ାଙ୍ଗୁଆ ମଞ୍ଚାସିନ ଥିଲେ । ୨୦୧୬-୧୭ ଆର୍ଥିକ ବର୍ଷରେ ରଣପୁର ସହରାଞ୍ଚଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ପ୍ରଦାନ କରାଯାଇଥିବା ୧୭୭ ଟି କାର୍ଯ୍ୟାଦେଶ ଉପରେ ସମୀକ୍ଷା କରାଯାଇ ଏକ ଜଣାଶୁଣାଣିର ଆୟୋଜନ କରଯାଇଥିଲା। ୮ଟି ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ସ।ରିପାରିନଥିବା ହିତାଧିକାରୀଙ୍କର ମତାମତ ସହ Field visit କରଯାଇଥିଲା ।

ସଂପୃକ୍ତ ୱାର୍ଡ ର କାଉନସିଲର ମାନେ ହିତାଧିକାରୀଙ୍କ ସହ ଆଲୋଚନା କରି କାମ ସାରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ କାଉନସିଲର ,vice-chairperson,official staff ଯୋଗ ଦେଇଥିଲେ । NAC ra PMAY EXPERT Subhasis Sethi ଧନ୍ୟବାଦ ଦେଇଥିଲେ ।

Exit mobile version