Home ଅପରାଧ କଟକ ସଦର ଥାନା ନୂଆଗଡ଼ ଗ୍ରାମର ମହିଳା ଗୃପ ଚୋରା ମଦକ ଓ ଦେହ ବ୍ୟବସାୟ କରୁଥିବା ମହିଳାଙ୍କୁ ଧରି ପୋଲିସକୁ ଦେଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) କଟକ :- ସଦର ଥାନା ନୂଆଗଡ଼ ଗ୍ରାମର ମା ଲକ୍ଷ୍ମୀ ମହିଳା ସମିତିର ଶତାଧିକ ସଦସ୍ୟ ଏବଂ ଯୁବକ ସଂଘର ପିଲାମାନେ , ଚୋରା ମାଦକ ଦ୍ରବ୍ଯ ବିକ୍ରି କରୁଥିବା ସହିତ ମଧ୍ୟ ରାତ୍ରରେ ଦେହ ବ୍ୟବସାୟ କରୁଥିବା ମହିଳାଙ୍କୁ ଧରି,ରବିବାର କଟକ ସଦର ପୋଲିସକୁ ହସ୍ତାନ୍ତର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ନୂଆଗଡ଼ ଗ୍ରାମର ଖେଳପଡିଆ ନିକଟରେ ଭଡା ଘର ନେଇଥିବା କଟକ ନରସିଂହପୁର ଅଞ୍ଚଳର ଜଣେ ମହିଳା ଏବଂ ତାଙ୍କର ଝିଅ ମାନେ ଏହି କର୍ଯ୍ୟ ଚଳାଉଥିଲେ ବୋଲି ମା, ଲକ୍ଷ୍ମୀ ମହିଳା ସମିତିର ସଭାନେତ୍ରୀ ସ୍ମିତାରାଣୀ ନାୟକ , ଆଶାକର୍ମୀ ବିନତା ରାଉତ ପ୍ରମୁଖ ସଦସ୍ୟ ମାନେ ପ୍ରକାଶ କରିଛନ୍ତି । ଯାହା ଫଳରେ ନୂଆଗଡ଼ ଗ୍ରାମର ସ୍କୁଲ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ଏବଂ ଯୁବକ ମାନଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି । ଦୀର୍ଘ ଦିନ ଧରି ଏପରି ବେଆଇନ କାର୍ଯ୍ୟ ଅବାଧରେ ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ କିପରି ଜାଣି ପାରୁ ନଥିଲେ ବୋଲି ମହିଳା ଗୋଷ୍ଠୀର ସଦସ୍ୟ ଏବଂ ଅଞ୍ଚଳ ବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ପୋଲିସର କର୍ମଚାରୀ ମାନେ ଏହି ମହିଳାଙ୍କ ଠାରୁ ମାସିକ ମୋଟା ଅଙ୍କର ଅର୍ଥ ନେଇ ଏଭଳି ଅନିତି କାର୍ଯ୍ୟ କରିବାକୁ ପ୍ରଶୟ ଦେଉଥିଲେ ବୋଲି ଅଭିଯୋଗ ହେଉଛି । ରବିବାର ରାତିରେ ଶତାଧିକ ମହିଳା ଏକତ୍ରିତ ହୋଇ ଚୋରା ମାଦକ ଦ୍ରବ୍ୟ ବିକ୍ରୀ କରୁଥିବା ଉକ୍ତ ମହିଳାଙ୍କ ଘରେ ପହଂଚି ଚଢ଼ାଉ କରିବା ସମୟରେ ୫ଟି ଆସ୍କା ଫର୍ଟି ବୋତଲ କିଛି ଗଞ୍ଜେଇ ପ୍ୟାକେଟ ଧରିବାରେ ସଫଳ ହୋଇଥିଲେ । ଏନେଇ ମହିଳା ମାନେ କଟକ ସଦର ଥାନାକୁ ମୋବାଇଲ ମାଧ୍ୟମରେ ଖବର ଦେଇଥିଲେ । ହେଲେ ସଦର ପୋଲିସ ଦୀର୍ଘ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚି ଓଲଟି ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କୁ ତମେ କାହିଁକି ଆମକୁ ନଜଣାଇ ଏଭଳି ଚଢ଼ାଉ କଲ ବୋଲି କହିବା, ପୋଲିସର କାର୍ଯ୍ୟ କଳାପ ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଏଭଳି କାର୍ଯ୍ୟକୁ ରୋକାଯିବା ସହିତ ଆଡ ଦିନ ମଧ୍ୟରେ ସଂପୃକ୍ତ ମହିଳା ମାନଙ୍କୁ ଏଠାରୁ ବିଦା ନକଲେ ବାଧ୍ୟହୋଇ ମହିଳା ଗୋଷ୍ଠୀର ସଦସ୍ୟ ମାନେ ଥାନା ସମୁଖରେ ଆନ୍ଦୋଳନ ସହିତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ କଟକ ସଦର ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ପ୍ରତିକ୍ରିୟା ନେବାରୁ , ସେ କହିଲେ ଯେ ପୋଲିସ ଏଦିଗରେ ବିହିତ ପଦକ୍ଷେପ ନିଆ ଯିଵ ବୋଲି କହିଥିଲେ । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026