ମାଉଣ୍ଟ ଏଭରେଷ୍ଟ ଦିବସ ପାଳିତ

୨୯ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରା ଗ୍ରାମପଞ୍ଚାୟତ ନିକଟସ୍ଥ ଟାଙ୍ଗିରି ପାହାଡରେ ଆଜି ୨୯ ମଇ ଦିନ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରାଯାଇଥିଲା । ପ୍ରକାଶ ଥାଉକି ଯେ ୨୯ ମଇ ୧୯୫୩ ମସିହାରେ ବିଶ୍ବର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ତେନଜିଙ୍ଗ ନର୍ଗେ ସେରପା ଓ ସାର ଏଡମଣ୍ଡ ହିଲାରୀ ସଫଳତାର ସହିତ ଆରୋହଣ କରି ବିଶ୍ବ ଯୁବପିଢିଙ୍କୁ ଦୁଃସାହସିକ ପର୍ବତାରୋହଣର ମାର୍ଗ ଦେଖାଇଥିଲେ । ଏଭରେଷ୍ଟ ବିଜେତା ଯୋଗବ୍ଯାସ ଭୋଇଙ୍କ ସହିତ ରୁପ୍ରାର ବରିଷ୍ଠ ପର୍ବତାରୋହୀ ରୋମାଞ୍ଚଳ ଭୋଇ,

କେସିଙ୍ଗା ଫରେଷ୍ଟ କେନ୍ଦୁଲିଫରେ କାର୍ଯ୍ୟରତ ଦୁଃସାହସିକ କର୍ମଚାରୀ କମଲେଶ ନାୟକ, ରୁପ୍ରାର ସୁମିତ ସାହୁ, ଶିକ୍ଷକ ବିବେକାନନ୍ଦ ସାହୁ ସଫଳତାର ସହିତ ଏକ ହଜାର ଫୁଟ ଉଚ୍ଚତା ପାହାଡକୁ ଦୁଇ ଘଣ୍ଟା ସମୟରେ ଚଢିଥିଲେ । ପାହାଡ ଶିଖରରେ ପହଞ୍ଚିବା ପରେ ବ୍ଯାନର ସହିତ ” ସେଭ ହିମାଳୟ, ସେଭ ନେଚର ” ସ୍ଲୋଗାନ ଦେଇ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରିଥିଲେ । ଏହା ସହିତ କଳାହାଣ୍ଡି ଜିଲ୍ଲା, ଓଡିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲ ପାହାଡର ସୁରକ୍ଷା ହେଲେ ମାନବଜାତିର ସୁରକ୍ଷା ହୋଇ ପାରିବ ବୋଲି ବାର୍ତ୍ତା ଦେଇଥିଲେ ।

Exit mobile version