୨୯ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକର ଚାଉଳିଆଗଞ ଥାନା ଅନ୍ତର୍ଗତ ତାଳଦଣ୍ଡା କେନାଲରେ ଘଟିଛି ଏକ ଅଘଟଣ । କେନାଲ ଭିତରକୁ ଏକ ସୁଇପଟ ଡିଜ଼ାର କାର ଓଲଟି ପଡ଼ିବାରୁ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ଗୁରୁତର ସ୍ତ୍ରୀକୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ଏଭଳି ଅଭାବନୀୟ ଘଟଣା ପାଇଁ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦୁଃଖ ପ୍ରକାଶ କରିବା ସହିତ , କାର୍ଯ୍ୟ କରୁଥିବା କମ୍ପାନୀ ସତର୍କ ସୂଚନା ଫଳକ ନଲଗାଇବା ରୁ ଏଭଳି ଦୁଃଖଦ ଘଟଣା ଘଟିଗଲା ।
ଯେଭଳି ପୁନର୍ବାର ଏପରି ଘଟଣା ନଘଟେ ସେନେଇ କଟକ ଜିଲ୍ଲାପାଳ , ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଏକ ବୈଠକ ଡାକି ଆଲୋଚନା କରିବା କୁ କହିଛନ୍ତି । କଟକ ସମ୍ରାଟ ସିନେମା ଆଡୁ ନୂଆବଜ଼ାର କୁ ଯାଉଥିବା ସୁଇପଟ ଗାଡିର ଚାଳକ ବାଟ ଜାଣିନପାରି କେନାଲ କାମ ଚାଲିଥିବା ରାସ୍ତାରେ ଯାଇଥିଲା । କିଛି ବାଟ ଯିବାପରେ ରାସ୍ତା ବନ୍ଦଥିବା ଦେଖି ଅଣ ଓସାରିଆ ରାସ୍ତାରେ କାରକୁ ପାଛେଇ ପଛେଇ ଫେରୁଥିଲାବେଳେ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡ଼ିଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଗଲା । ଖବରପାଇ ଯୋନ-୧ ଏସପି , ଚାଉଳିଆଗଞ ଥାନାର ଅଫିସର ମାନେ ପହଞ୍ଚି କ୍ରେନ ଯୋଗେ କାରଟିକୁ ଉପରକୁ ଆଣିଥିଲେ । ଏହି ଘଟଣାର ତଦନ୍ତ ଚାଲୁ ରହିଛି ।

