ନିଲିଗୁଡା ପଞ୍ଚାୟତ ଉସକାଲଵାଗ ଗ୍ରାମରେ ବିଶାଳ ଆଦିବାସୀ ସମାବେଶ

୨୯ମଇ ,୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତର ଦୁର୍ଗମ ଉସକାଲବାଗ ଗ୍ରାମରେ ବିଶାଳ ଆଦିବାସୀ ମେଳି ହୋଇଛି । ଏଥିରେ ପଡ଼ିଆ ବ୍ଲକର ନିଲିଗୁଡା ପଞ୍ଚାୟତ, ମାଲକାନଗିରି ଜିଲ୍ଲା କତାମାଟେରୁ ଓ ମାଟାପାକା ପଞ୍ଚାୟତର ଶହ ଶହ ଆଦିବାସୀ ଯୋଗ ଦେଇଥିଲେ । ପ୍ରଥମେ ଏହି ତିନି ଗୋଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ନିଜର ପାରମ୍ପରିକ ବେଶଭୂଷାରେ ଶୋଭାଯାତ୍ରା କରିବା ସହ ବିଶାଳ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସେହି ଅଞ୍ଚଳରେ ହେବାକୁ ଥିବା ଘରୋଇ କମ୍ପାନୀର କାରଖାନାକୁ ତୀବ୍ର ବିରୋଧ କରିଥିଲେ ।

ଜଳ, ଜମି ଓ ଜଙ୍ଗଲ ହକ ଦାବି କରିବା ସହ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଆଦିବାସୀ ମେଳି ରେ ଜିଲ୍ଲା ଆଦିବାସୀ ସଂଘର ସଭାପତି ଵଲରାଜ ଗେମେଲ, ସମ୍ପାଦକ କମଲ ଲୋଚନ ମାଡି,ଏହି ସଭାର ସଭାପତି କୃଷ୍ଣଚନ୍ଦ୍ର ମାଡକାମି,ନିଲିଗୁଡା ସରପଞ୍ଚ ଦେବେ ମାଡି, ସମିତି ସଭ୍ୟ ଆକାଶ କୁମାର କୋଡ଼ି, ପୂର୍ବତନ ସରପଂଚ ଵୁଡୁରା କାର୍ତ୍ତାମୀ, ମହିଳା ସଦସ୍ୟା ବାସନ୍ତୀ କାର୍ତ୍ତାମୀ, ଜଗା କୁରାମୀ, ଆଇତା ସୋଡି, ବାସୁଦେବ ମାଡକାମି ଶିଙ୍ଗା ମାଡି , ସୋମା କାର୍ତ୍ତାମୀଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

 

Exit mobile version