ଲାଠୋର ରେ ଅଘଟଣ ପ୍ରେମ ସମ୍ପର୍କରେ ଫାଟ : ପ୍ରେମିକା ସହ ଭାଇ ଓ ମାକୁ ପେଟ୍ରୋଲ ଢ଼ାଳି ଜାଲିଦେଲା ପ୍ରେମିକ ଚାରି ଜଣ ଗୁରୁତର – ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ମଇ  , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଗାଁ ରେ ଘଟିଛି ଏକ ଅଘଟଣ । ପ୍ରେମ ସମ୍ପର୍କରେ ଫାଟ ଅନୁମାନ କରି ମଦ୍ୟପ ପ୍ରେମିକ ପ୍ରେମିକା ସହ ପ୍ରେମିକାର ଭାଇ ଓ ମା କୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରେ ପ୍ରେମିକା ସହ ପ୍ରେମିକା ର ଭାଇ ଓ ମା ଗୁରୁତର ହୋଇଥିବା ବେଳେ ପ୍ରେମିକ ନିଜେ ମଧ୍ୟ ପୋଡ଼ି ଗୁରୁତର ହୋଇଥିବା ଜଣା ଯାଇଛି । ନିଆ ଲଗାଇଥିବା ପ୍ରେମିକ ଜଣକ ହେଲେ ଢେଙ୍କାନାଳ ଅଞ୍ଚଳର ସ୍ଵସ୍ତିକ ଦାସ (୩୫)ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ମହିଳା ଜଣକ ଲାଠୋର ଥାନା ମାଳପଡା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ଗୋଟିଏ ସ୍ଥାନ ରେ କାର୍ଯ୍ୟରତ ଥିଲେ ।ଯାହାଫଳରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ହେଲେ ପ୍ରେମିକ ମଦ ପିଉ ଥିବାରୁ ପ୍ରେମିକା ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ଯାହା ଫଳରେ ପ୍ରେମିକ ରାଗି ପ୍ରେମିକାକୁ ଗାଳି ଗୁଲଜ ଦେବାସହ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ସହ ପ୍ରେମିକା ଠାରୁ ୪୦ ହଜାର ଟଙ୍କା ନେଇ ପଳାଇବା ସହ ମଧ୍ୟାହ୍ନ ରେ ପ୍ରେମିକା ରହୁଥିବା ଭଡା ଘରକୁ ଫେରି ପେଟ୍ରୋଲ ଢ଼ାଳି ନିଆ ଲଗାଇ ଦେଇଥିବାରୁ ପ୍ରେମିକା ସହ ପ୍ରେମିକାର ଭାଇ ଓ ମା ନିଆ ରେ ପୋଡ଼ି ଗୁରୁତର ହୋଇଥିଲେ ଏହା ସହ ପ୍ରେମିକ ମଧ୍ୟ ଗୁରୁତର ହୋଇଥିଲେ ।ଏନେଇ ଲାଠୋର ପୋଲିସ ଖବର ପାଇ ସମସ୍ତଙ୍କୁ ଘଟଣା ସ୍ଥଳ ରୁ ଉଦ୍ଧାର କରିବା ସହ ନିଆକୁ ଆୟତ କରିଥିଲେ । ପରେ ସମସ୍ତଙ୍କୁ ଖପ୍ରାଖୋଲ ଡାକ୍ତର ଖାନାକୁ ଆଣିଥିବା ବେଳେ ପ୍ରେମିକା, ଭାଇ ଓ ମାକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ଏନେଇ ଲାଠୋର ଥାନା କେସ ନମ୍ବର ୬୩/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଆଇ ଆଇ ସି ଝସକେତନ ଭୋଇ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସ୍ବସ୍ତିକ ଦାସ କୋର୍ଟ ଚାଲାଣ କରିଯାଇଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି ।

Exit mobile version