୨୮ମଇ , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଆଜି ସପ୍ତମ ଦିନରେ ପଦାର୍ପଣ ହୋଇଛି । ଲୋକଙ୍କ ଭିଡ଼ ସାଙ୍ଗକୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଘନଘନ ବାହାରୁଥିବା ବେଶ ପଟୁଆର ଲୋକଙ୍କୁ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଭିଷଣ ଗରମ ସାଙ୍ଗକୁ ଗୁଳିଗୁଳି ପବନ ଅସହ୍ଯ ହେଉଥିଲେ ମଧ୍ୟ ଜନତାଙ୍କ ଉପରେ କୌଣସି ପ୍ରଭାବ ନଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ଭକ୍ତମାନେ ବିଭିନ୍ନ ବେଶରେ ସଜାଇ ହୋଇ ଲୋକଙ୍କ ମନୋରଞ୍ଜନ କରୁଥିଲେ । 
ଦିନ ତ ଦିନ ରାତିରେ ମଧ୍ଯ ବହୁତ ବେଶ ବାହାରିଥିଲା । ସଂଧ୍ଯା ରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିବା ସମୟରେ ଗଞ୍ଜାମ ର ବାଲିଯୋଡିରୁ ଆସିଥିବା କଳାକାର ମାନେ ପଟୁଆର ଆଗରେ ନବଦୁର୍ଗା, ତାଡ଼କା ବଦ୍ଧ, ଶଉରା ଶଉରୁଣୀ ଆଦି ବେଶରେ ବଡ଼ ସୁନ୍ଦର ନତ୍ୟ ପରିବେଷଣ କରିଥିଲେ ଯାହା ଦେଖିବାକୁ ଜବରଦସ୍ତ ଭିଡ଼ ହୋଇଥିଲା । ରାତିରେ ନିଳାଚଳ ମିଶ୍ରଙ୍କ ନିର୍ଦ୍ଦେଶିତ ଭାରତ ଲୀଳା ଅନୁଷ୍ଠିତ ହୋଇଥିବା ବେଳେ ଆଗକୁ ଆଉ ୨ ଦିନ ଯାତ୍ରା ବାକିଅଛି ଏବଂ ଆଗକୁ ଅଧିକ ଭିଡ଼ ହେବ ବୋଲି ଜଣାପଡ଼ୁଛି ।

