Home ଓଡ଼ିଶା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଦିଲ୍ଲୀରେ ଗ୍ରହଣ କଲେ ସ୍କଚ୍ ଆୱାର୍ଡ଼ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ମଇ , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆଜି ନୂଆଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ ସ୍କଚ୍ ଆୱାର୍ଡ଼ ଦ୍ବାରା ସମ୍ମାନିତ ହୋଇଛି । ଯାହାଦ୍ବାରା କି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଇଁ ଏହି ଆୱାର୍ଡ କୁ ସ୍କଚ୍ ଗ୍ରୁପ୍ ର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଯେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପଦକ୍ଷେପ ସ୍ବରୁପ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନରେ ଜିଲ୍ଲାରେ ଥିବା ୫୦ଟି ବିଦ୍ୟାଳୟରେ ପାଠାଗାର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଭଢ଼ାଇବା ସହ ଅଧାରୁ ପାଠ ଛାଡ଼ିଦେଉଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହିସବୁ ବିଦ୍ୟାଳୟରେ ଲାଇବ୍ରେରୀକୁ ସୁଦୃଢ ଓ ଅଧିକ ଛାତ୍ରଛାତ୍ରୀ ଉପଯୋଗୀ କରାଯିବା ଫଳରେ ଦଶ ହଜାର ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାର୍ଥି ମାନେ ସେମାନଙ୍କର ମନପସନ୍ଦର ପୁସ୍ତକକୁ ସହଜରେ ପାଇପାରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା କାହାଣି ଶୁଣିବା ଓ ଶୁଣାଇବା, ସୃଜନାତ୍ମକ ଲେଖା ଓ କାର୍ଯ୍ୟକଳାପ ଦିଗରେ ପ୍ରୋତ୍ସାହିତ ହୋଇପାରିଛନ୍ତି । ପଢ଼ିବା ଦ୍ବାରା ଚରିତ୍ର ଗଠନ ହେବା ସହିତ ଦୃଷ୍ଟି କୋଣର ପ୍ରସାରିତ ହୋଇଥାଏ । ସେହିପରି ଲେଖିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହିତ ଚିନ୍ତା ଶକ୍ତି ଓ ଶବ୍ଦ ଭଣ୍ଡାରକୁ ବୃଦ୍ଧି କରିଥାଏ । କହିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇବ ସହିତ ସମାଲୋଚନା ମୂଳକ ଚିନ୍ତାଧାରା ଏବଂ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ । ଗଜପତି ଜିଲ୍ଲାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପରୋକ୍ତ ବିଦ୍ୟାଳୟ ମାନଙ୍କରେ ରହୁଥିବା ଯୋଗୁଁ ସେମାନଙ୍କର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ନିର୍ଦ୍ଧିଷ୍ଟ ଭାବେ କୋଭିଡ଼ ପରେ ପିଲାମାନେ କିପରି ବିଦ୍ୟାଳୟକୁ ଫେରିବେ ଏବଂ ଶିକ୍ଷା ପ୍ରତି ସେମାନଙ୍କର କିପରି ଆଗ୍ରହ ବଢ଼ିବ ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏଥି ନିମନ୍ତେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପାଣ୍ଠି ସଂଗ୍ରହ କରିଥିଲେ । ଏହି ପାଣ୍ଠିରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଅନୁକୂଳ ପାଠାଗାର ଓ ବିଦ୍ୟାଳୟ ଗୁଡ଼ିକରେ ସମାନ ପାଠାଗାର ପ୍ରସାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ କାର୍ଯ୍ୟକାରୀ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଏକ ନୋଡ଼ାଲ୍ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା ଓ ଏଥିପାଇଁ ନିଯୁକ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟଧାରାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାସ୍ତରରେ ଏବଂ ପଞ୍ଚାୟତ ସମିତି ସ୍ତରରେ ଟିମ୍ ଗଠନ କରାଯାଇଛି । ଏହି କାର୍ଯ୍ୟଧାରାର ସୂଚନା, ପ୍ରଦର୍ଶନ ଓ ସମର୍ଥନ ନିମନ୍ତେ ଏକ ଜିଲ୍ଲା ସମ୍ବଳ ଗୋଷ୍ଠୀ ଗଠିତ ହୋଇଛି । ଏହି ଗୋଷ୍ଠି ପକ୍ଷରୁ ପାଠାଗାର ବିକାଶ କାର୍ଯ୍ୟଧାରା ପ୍ରକ୍ରିୟାର ଗବେଷଣାତ୍ମକ ଦିଗ ହିତାଧିକାରୀଙ୍କ ମତଗ୍ରହଣ, ମୂଲ୍ୟାୟନ ଓ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଏହା ଏକ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି।ପାଠାଗାର କାର୍ଯ୍ୟକ୍ରମରେ ମଞ୍ଚ, ପୋପେଟ୍ ସୋ, ଶୁଖିଲା କାଗଜ ଶିଳ୍ପ,, ଉଚ୍ଚ କଣ୍ଠରେ ପଢ଼ିବା, କାହାଣୀ କହିବା, ସୃଜନଶୀଳ ଲେଖନ, ଗ୍ରୀଷ୍ମକାଳୀନ ପଠନ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସ୍ଥାନୀୟ ଜନଜାତି ଭାଷାରେ ପାଠାଗାର କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହିସବୁ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନେଲାପରେ ବିଦ୍ୟାଳୟ ଗୁଡ଼ିକରେ ଶତକଡ଼ା ୯୯ (ଅନେଶ୍ବତ) ଭାଗ ଛାତ୍ରଛାତ୍ରୀ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ଏବଂ ଛାତ୍ରଛାତ୍ରୀ ମାନେ କିଛି ସମୟ ପାଠାଗାରରେ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଏହାର ସଫଳତା ଯୋଗୁଁ ଆଗାମୀ ଦିନରେ ଦ୍ବିତୀୟ ପର୍ଯ୍ୟାୟରେ ସଂପୃକ୍ତ ବିଭାଗର ଅନ୍ୟ ବିଦ୍ୟାଳୟ ମାନଙ୍କରେ ଏବଂ ଗଣଶିକ୍ଷା ବିଭାଗର କିଛି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟପାଇଁ ଭାରତ ବର୍ଷରେ କେବଳ ଗଜପତି ଜିଲ୍ଲା ଗତକାଲି ରୋପ୍ୟ ସ୍କଚ୍ ଆୱାର୍ଡ଼ ଦ୍ବାରା ପୁରସ୍କୃତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026