Home ଓଡ଼ିଶା ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଆହ୍ୱାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସାନପଣ୍ଡୁସର ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ୨୮ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସାନପଣ୍ଡୁସର ଗ୍ରାମର ବିଜୁ ଜନତା ଦଳର କର୍ମୀଙ୍କୁ ନେଇ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସାନପଣ୍ଡୁସର ନିକଟସ୍ଥ ପାଟଚଣ୍ଡିପ୍ରସାଦର ଆମ୍ବତୋଟାଠାରେ ଅନୁଷ୍ଠିତ କର୍ମି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଡ.ସାହୁ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅଭିଭାଷଣ ରଖିଥିଲେ । ସାରା ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ୟ୍ୟନ୍ତ ଯେଉଁ ବିକାଶ ଘଟିଛି ସମସ୍ତଙ୍କର ଶ୍ରେୟ ହେଉଛନ୍ତି ନବୀନ । ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ଅନେକ ବିକାଶ ମୁଳକ କାର୍ୟ୍ୟ ହୋଇଛି । ଯାହା କିଛି ବାକି ଅଛି ସମସ୍ତ କାର୍ୟ୍ୟ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଡ.ସାହୁ ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ଶପଥ ନେଇ ଦଳ ପାଇଁ କାର୍ଯ୍ୟ କରିବା, ଯାହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତିଶାଳୀ କରିବା ବୋଲି କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ା ଓ ବିଜେଡିର ବହୁ ପୁରୁଖା କର୍ମୀ ଯୋଗ ଦେଇଥିଲେ । ଉକ୍ତ କର୍ମୀ ସମିଳନୀରେ ବହୁ ସମାଗମ ହୋଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ରେ ୯ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ by Proprietor Abhimanyu Maharana October 17, 2026 ରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ by Proprietor Abhimanyu Maharana October 17, 2026