ଭରତବାହାଲ ରେ ଏକ ଅଦଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

ମଇ  , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପାଟଣାଗଡ଼ ବଲାଙ୍ଗିର :- ଜିଲା ପାଟଣଗଡ ବ୍ଲକ ଭରତବାହାଲ ପଞ୍ଚାୟତ ମୁଦଲସର ଗାଁରେ ଗତ କାଲି ସକାଳେ ଏକ ଅଦ୍ଭୁତ ମୃତ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଛି । ଶିଶୁ ପୁତ୍ରର ଦୁଇଟି ଟି ମୁଣ୍ଡ ସହ ତିନୋଟି ଗୋଟଥିବା ଦେଖିବାକୁ ମିଲିଛି । ସୂଚନା ଅନୁସାରେ ମୁଦଲସର ଗାଁର ଅମର ଦୀପ ଙ୍କ ଝିଅ ବନବାସୀ ଆଜକୁ ୩ ବର୍ଷ ପୂର୍ବେ ସଦର ଥାନା ବେହେରାପାଲି ଗାଁର ବଶିଷ୍ଟ ବାଗଙ୍କୁ ପ୍ରେମ୍ ବିବାହ କରିଥିଲେ । ଉଭଙ୍କର ୱରସରୁ ଜନ୍ମିତ ଏକ ଦୁଇ ବର୍ଷର ଶିଶୁ କନ୍ୟା ଥିବାବେଳେ ଗତ କାଲି ସକାଳ ୯ ଟା ସମୟରେ ବନବାସୀ ଙ୍କ ଅଚାନକ ପ୍ରଶବ ଜନ୍ତ୍ରଣା ହୋଇଥିଲା ।

ପରିବାର ବର୍ଗ ବନବାସୀକୁ ନିକଟସ୍ଥ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ୧୦୮ ଅମ୍ଭୁଳେନ୍ସ କୁ ଯୋଗାଯୋଗ କରିଥିଲେ । ଅମ୍ଭୁଳେନ୍ସ ଆସିବା ପୂର୍ବରୁ ବନବାସୀ ଏକ ଦୁଇଟି ମୁଣ୍ଡ ସହ ତିନି ଗୋଟି ଗୋଡଥିବା ଏକ ୭ ମାସର ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରିବାର ବର୍ଗ ଶିଶୁ ପୁତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ।

ଜନ୍ମିତ ଶିଶୁ ପୁତ୍ରର ମା ଆ ବନବାସୀ ଙ୍କୁ ଅମ୍ଭୁଳେନ୍ସ ଯୋଗ ଡାକ୍ତର ଖାନାକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ମୃତ ଶିଶୁ ପୁତ୍ରର ମାଁ ସୁସ୍ଥଥିବା ଡାକ୍ତର କହିଛନ୍ତି। ତେବେ ଶିଶୁ ପୁତ୍ରଟି ଏପରି ହୋଇଥିବା ପଛରେ ଜନ୍ମଗତ କିମ୍ବା ଗର୍ଭା ବସ୍ତାରେ ମାଁ ଖାଉଥିବା ଔଷଧର ପ୍ରଭାବରୁ ମଧ୍ୟ ଏପରି ହୋଇଥାଇପାରେ ବୋଲି ଅବସରପ୍ରାପ୍ତ ଏସଡିଏମଓ ଡ.ଭିମସେମ ମେହେର ଙ୍କଠାରୁ ଜଣାପଡିଛି ।

Exit mobile version