୨୮ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ପରିବର୍ତ୍ତନ କାର୍ଯ୍ୟକ୍ରମ ଟିକାବାଲି ଥାନା ଡୁଙ୍ଗି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ସଭାପତି ତଥା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ମୂଖ୍ୟ ପରାମର୍ଶଦାତା,ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜଙ୍କ ନିଦେର୍ଶ ପ୍ରକାରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରାଙ୍କ ଉପସ୍ଥିତରେ ଟିକାବାଲି ଥାନା ଡୁଙ୍ଗି ପଞ୍ଚଲିଙ୍ଗେଶ୍ଵର ମନ୍ଦିରର ଉନ୍ନତି ନିମନ୍ତେ କିଛି ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ସହିତ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତାହା ସହିତ ମୂଖ୍ୟ ଅତିଥି ସମ୍ମାନୀତ କରାଯାଇ ଡୁଙ୍ଗି ମନ୍ଦିର ପରିସରରେ ଏକ ବୈଠକ ଆୟୋଜନ କରାଯାଇ ଟିକାବାଲି ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ମାଧ୍ୟମରେ ସୁପ୍ରିମକୋର୍ଟରେ କିପରି ସଫଳ ହୋଇଛି।ଜାହା ଫଳରେ ରାଜ୍ୟରେ,15,920 ରୁ ଉର୍ଦ୍ଧ୍ବ ହୋମଗାର୍ଡ ଭାଇ ଭଉଣୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ 2018, ମସିହାରୁ ବଢ଼ିଥିବା ଦରମା ଏବଂ ଏରିୟର ପାଇ ବର୍ତମାନ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କିପରି ଖାପଖୁଆଇ ଚଳିବା ସହିତ ନିଜ ନିଜର ବାପା ମାଙ୍କୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହିତ ନିଜ ନିଜର ପୁଅ ଝିଅର ଉଚ୍ଚ ଶିକ୍ଷା ନିମନ୍ତେ ଟଙ୍କା ଖର୍ଚ୍ଚ କରି ସମାଜର ଚଳନୀ ସହିତ ଖାପଖୁଆଇ ଚଳି ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା।

