Home ଓଡ଼ିଶା ଠିକାଦାର,କନିଷ୍ଠ ଯନ୍ତୀ ଓ ସହକାରୀ ନିର୍ବାହୀ ଯନ୍ତୀଙ୍କ ମଧୁଚନ୍ଦ୍ରିକାରେ ହନ୍ତସନ୍ତ ହେଉସନ୍ତି ୩ଟି ପଞ୍ଚାୟତ ଓ ଜନସାଧାରଣ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୫ବର୍ଷ ଠିକାଦାରଙ୍କ ଦ୍ବାରା କାର୍ଯ୍ୟର ରକ୍ଷଣ ବେକ୍ଷଣ ଅବଧି ଫଳକରେ ଅଲେଖ ରହିଛି । ଏହି ରାସ୍ତାକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଯାଉ ବୋଲି ଠିକାଦାର କନିଷ୍ଠ ଯନ୍ତୀ ଓ ସହକାରୀ ନିର୍ବାହୀ ଯନ୍ତୀଙ୍କୁ ତୁରନ୍ତ ବନ୍ଧାଯାଉ ବୋଲି ଏହାର ଏକ ଚିଠି ମାଧ୍ୟମରେ ଅଫିସଲ ଜଣାଯାଇଛି । ୨୮ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଗମ ଅଞ୍ଚଳ ଖଜୁରୀପଦା ଠାରୁ ପାରାଡୋଲ ଗ୍ରାମ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ରାସ୍ତା । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇ ପିଚୁ, ମେଟଲ ଉଠିଛି । ପରିତ୍ୟକ୍ତ ତଥା ଦୟନୀୟ ଅବସ୍ଥାରେ ପଡ଼ି ରହିଛି ଏହି ରାସ୍ତା । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ଆଗଭରୀ ହେଉନଥିବା ଯୋଗୁ ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ହବ ୮କିମି ଦୂରତା ରାସ୍ତାର ମରାମତି ହୋଇ ନଥିବା ଯୋଗୁଁ ମୁଖ୍ୟତଃ ଖଜୁରୀପଦା, ତାବରଡା, ପି.ଅନ୍ତରଡା ପଞ୍ଚାୟତର ଅନୁସାହୀ, କେତୁଙ୍ଗପଡା଼, ବାରଡାଙ୍ଗ, ପାରାଡୋଲ ସମେତ ଆଖପାଖ କେତେକ ଗ୍ରାମର ଲୋକେ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି । ସରକାରଙ୍କ ନିୟମ ଅନୁସାରେ ଠିକାଦାର କାମ ନେଇଥିବା ବେଳେ ସେଠାରେ ବୋର୍ଡ ଲଗାଯାଏ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣ ବେକ୍ଷଣ କରିବା ଓ ତଦାରଖ କରବା ଠିକାଦାରଙ୍କ ଦାୟତ୍ବ ଥାଏ । ରାସ୍ତା କରବାର ୫ ରୁ ୭ ବର୍ଷ ହୋଇନାହିଁ ରାସ୍ତାରୁ ମେଟେଲ ଓପିଚୁ ଉଠିଯାଇ ଥିବରୁ ୩ଟି ପଞ୍ଚାୟତ ଓ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ବେଶିକରି ଗର୍ଭବତି ମହିଳା, ମେଡିକାଲ୍ ଯାଉଥିବା ଗରିବ ଲୋକମାନେ ଓ ସ୍କୁଲ କଲେଜ ଯାଉଥିବା ଛାତ୍ରୀଛାତ୍ର ମାନେ ଯିବା ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ପଡିଛି । ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଆନଗଲେ ସମସ୍ତ ପଞ୍ଚାୟତର ଜନସାଧାରଣ ଏକତ୍ରୀତ ହୋଇ ଜନ ଆନ୍ଦୋଳନ କରବାକୁ ଚେତାବନୀ ଦେଇଛନ୍ତି । ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ କିମ୍ବା ଅକସ୍ମାତ୍ କାହାର ଦୁର୍ଘଟଣା ଘଟିଲେ ଏଭଳି ଶୋଚନୀୟ ରାସ୍ତାରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଏହା ଜାତୀୟ ରାଜପଥ ୩୨୬(ଏ) କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଉପରେ ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ଲକର ମୁଖ୍ୟ ଛକ ଖଜୁରୀପଦା ସମେତ ବ୍ରହ୍ମପୁର, ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ପ୍ରତ୍ୟେକ ଦିନ ସହ ସହ ଲୋକେ ଯାତାୟାତ କରିଥାନ୍ତି । ଏହି ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୩୮୭.୬୫ ଲକ୍ଷ୍ୟ ଟଙ୍କା ଅଟକଳରେ ୨୦୧୩ସାଲରେ କାର୍ଯ୍ୟ ଆରମ୍ବ ହୋଇ ୨୦୧୪ସାଲରେ କାର୍ଯ୍ୟ ସମାପ୍ତ ହୋଇଛି ।ଏହାର ୫ବର୍ଷ ଠିକାଦାରଙ୍କ ଦ୍ବାରା କାର୍ଯ୍ୟର ରକ୍ଷଣ ବେକ୍ଷଣ ଅବଧି ଫଳକରେ ଅଲେଖ ରହିଛି । କିନ୍ତୁ ଠିକାଦାରଙ୍କ କାର୍ଯ୍ୟର ସମାପ୍ତି ପରେ ଏହାର ଥରଟିଏ ରକ୍ଷଣାବେକ୍ଷଣ ତଥା ମରାମତି ହୋଇନ ଥିବା ଅଞ୍ଚଳ ବାସି କହିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ପକା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି । ଏହି ସମସ୍ୟା ବିଷୟ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନୂଆଗଡ଼ ଅଞ୍ଚଳ ଭାରପ୍ରାପ୍ତ କାନିଷ୍ଟ ଯନ୍ତ୍ରୀ ସୁଥିର ପାଢ଼ୀଙ୍କୁ ପଚାରିବାରୁ ଏହାର ନିର୍ମାଣର ପ୍ରସ୍ତାବ ଦିଆଯାଇ ଯଥା ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026