Home ଓଡ଼ିଶା ଶାଳିଆ ନଈରେ ବୁଡି ଯୁବକ ମୃତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ପୈାରାଞ୍ଚଳ ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଶନିବାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ନଈରେ ସ୍ନାନ କରୁଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ଚକ୍ରପାଣି ନାୟକ (୫୫) । ଶନିବାର ଅପରାହ୍ଣରେ ଚକ୍ରପାଣି ଶାଳିଆ ନଈକୁ ସ୍ନାନ ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଚକ୍ରପାଣି ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଛବି ନଦୀକୁ ଯାଇ ଦେଖିଲା ବେଳେକୁ ଚକ୍ରପାଣିଙ୍କ ଚେତା ଶୂନ୍ୟ ଶରୀର ପାଣିରେ ଭାସୁଥିଲା । ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଚକ୍ରପାଣିଙ୍କୁ ନଈରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନଦୀରେ ଅସାବଧାନତା ବଶତଃ ଗୋଡ଼ ଖସି ଚକ୍ରପାଣି ବୁଡ଼ିଯାଇଥିବେ ବୋଲି ପରିବାରବର୍ଗ ସନ୍ଦେହ କରୁଛନ୍ତି । ଏ ନେଇ ବାଣପୁର ପୁଲିସ ୭/୨୩ ନମ୍ବରରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ସୂଚନା ଥାଉକି ଚକ୍ରପାଣି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସ୍ଥାନୀୟ କୁମାରାଙ୍ଗ ଛକରେ ସେ ଏକ ଛୋଟ ପାନ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟକୁ ହରାଇ ପରିବାର ଲୋକେ ହତାଶ ହୋଇପଡିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026