
୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ କୁରମେଲ ଗ୍ରାମ ପଞ୍ଚାୟତ ଗୋର୍କେଲ୍ ନନ୍ଦଘର ଏବଂ ମାଣ୍ଡେଲ ଗ୍ରାମ ପଞ୍ଚାୟତ ମାଣ୍ଡେଲ ନନ୍ଦଘର ଠାରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି ।ବେଦାନ୍ତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପିସିଆଇ ଇଣ୍ଡିଆ ଦାୟିତ୍ତ୍ୱରେ ଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ପାଳିତ ଏହି କାର୍ଯ୍ୟକ୍ରମରେ ଦୁଇଗୋଟି ନନ୍ଦଘର ଠାରେ କିଶୋରୀ ବାଳିକା ମାନଙ୍କୁ ଆଶା,ଅଙ୍ଗନୱାଡ଼ି କର୍ମୀ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଉପରେ ସୂଚନା ଦେବା ପରେ ଟେଲିଭିଜନ ମାଧ୍ୟମରେ ସଚେତନ କରା ଯାଇଥିଲା।ତତ୍ ସହ ପରିଚ୍ଛନ୍ନତା ଏବଂ ଦୈନନ୍ଦିନ ବ୍ୟବହାର ଉପରେ ସଚେତନ କରା ଯାଇଥିଲା। କାର୍ଯ୍ୟକ୍ରମରେ ପିତାମ୍ବର ଗଉଡ଼,କୁମୁଦିନୀ ସାହାଣୀ,ଶଶୀରେଖା ଦୀପ,ଲବଣୀ ଭୋଇ,କେତକୀ ଧଙ୍ଗଡ଼ା ମାଝୀ ସମେତ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ।

