ଦଶପଲ୍ଲା ବିଧାୟକ ପୁଣି ଥରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି .
କାର୍ଯ୍ୟ ଦକ୍ଷତା ,ଲୋକ ପ୍ରିୟତା ଏବଂ ଦୃଢ଼ ସଂଗଠକ ଦଶପଲ୍ଲା ବିଧାୟକ .

୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- କାର୍ଯ୍ୟ ଦକ୍ଷତା,ଲୋକ ପ୍ରୀୟତା,ଦୃଢ଼ ସଂଗଠନ କୁ ଦେଖି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ପୁଣି ଥରେ ବିଜେଡ଼ି ସୁପ୍ରିମୋ ପଟ୍ଟନାୟକ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନ ରେ ଦଶପଲ୍ଲା ,ନୂଆଗାଁ ଏବଂ ଗଣିଆ ବ୍ଲକ୍ ଦଖଲ କରିଥିଲା ବିଜେଡ଼ି । ଅହରହ ପ୍ରଚେଷ୍ଟା ଜାରି ରଖି ଲୋକ ମାନଙ୍କ ପାଖରେ ପହଞ୍ଚି ସୁବିଧା ,ଅସୁବିଧା ବୁଝିବା ସହ ସମାଧାନ କରିବା ଏବଂ ଅଞ୍ଚଳର ବିକାଶ ସର୍ବଦା ପ୍ରଚେଷ୍ଟା ଜାରି ରଖିବା ସହ ବିଜୁ ଜନତା ଦଳ କୁ ଅଧିକ ସୁଦୃଢ କରି ପାରିଛନ୍ତି ଦଶପଲ୍ଲା ବିଧାୟକ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ପୁଣି ଥରେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ବିଜେଡ଼ି ସୁପ୍ରିମୋ ନିଯୁକ୍ତି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡ଼ି କର୍ମୀ,ସଂଗଠକ ଏବଂ ଦଶପଲ୍ଲା ବିଧାୟକ । ବିଜେଡ଼ି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ,ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା,
