Home ଅପରାଧ ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ : ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଗତ ମାର୍ଚ୍ଚ ମାସରେ ହତ୍ୟା, ମେ ମାସରେ ଅଭିଯୋଗ । ତଥାପି ଅଭିଯୋଗର ଚାରିଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ପ୍ରକାରେ ଚଳିତ ବର୍ଷ ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ କେଡୁ ଯାତ୍ରା (ପୋଢ଼ ଯାତ୍ରା) ଚାଲିଥିଲା । ବୁଡାଗୁଡ଼ା ପଞ୍ଚାୟତର ଡେମିଙ୍ଗିଆ ଗ୍ରାମ ନିକଟସ୍ଥ ଗେରେଙ୍ଗାକିଆ ଗ୍ରାମର ପାଉଲ ପ୍ରଧାନଙ୍କୁ ଘରୁ ଡ଼ାକିନେଇ ଚାରିଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୧୪ ତାରିଖରେ କେଡୁ ଯାତ୍ରା ଦିନ ସନ୍ଧ୍ୟା ସମୟରେ ପୋଢ଼ ମାଂସ ଖାଇବାକୁ ଗ୍ରାମର ଚାରିଭାଇ ପାଉଲକୁ ଘରୁ ଡାକି ନେଇଥିଲେ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନା ମୁତାବକ ୫୮ ବର୍ଷୀୟ ପାଉଲଙ୍କୁ ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ନିକଟରେ ହତ୍ୟା କରି ପୋଲ ତଳେ ପାଣି ଜମିଥିବା ଏକ ଖାଲରେ ପକାଇଦେଇ ଚାଲିଯାଇଥିଲେ ହତ୍ୟାକାରୀ । ମାର୍ଚ୍ଚ ୧୪ ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୧୬ ତାରିଖରେ ପୋଲ ନିକଟସ୍ଥ ପାଣିଥିବା ସେହି ଖାଲରେ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହା ପରେ ପରିବାର ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚିଥିଲେ । ପାଉଲଙ୍କ ପରିବାର ଖ୍ରୀଷ୍ଟିୟ ଧର୍ମର ହୋଇଥିବାରୁ ସେଠାରୁ ଶବ ଉଦ୍ଧାର ପରେ ପାଉଲଙ୍କ ମର ଶରୀରକୁ ସମ୍ପର୍କୀୟ ଲୋକଙ୍କ ସହଯୋଗରେ ସମାଧି ଦିଆଯାଇଥିଲା । କିନ୍ତୁ ପାଉଲଙ୍କ ସ୍ତ୍ରୀ ଶ୍ରୀକଲା ପ୍ରଥମରୁ ହିଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିଲେ । ପରେ ନିଜର ଏକମାତ୍ର ପୁଅ ସଞ୍ଜିରାମ ପ୍ରଧାନ କେରଳରେ କାମ କରୁଥିବା ବେଳେ ମା ଶ୍ରୀକଲା ଫୋନ୍ ଯୋଗେ ପୁଅକୁ ସମସ୍ତ ବିଷୟ ଜଣାଇଥିଲେ । ପୁଅ ଗାଁ କୁ ଫେରିବା ପରେ ଗାଁ ରେ ଏନେଇ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା । ପରେ ପୁଅ ସଞ୍ଜିରାମ ଏନେଇ ବାଲିଗୁଡ଼ା ଥାନାରେ ଚଳିତ ମାସ ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଜାଣି ହତ୍ୟାକାରୀ ଗୋଷ୍ଠୀ ମୃତକଙ୍କ ପରିବାରକୁ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ଆଶୁତୋଷ ପାଇକରାୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ଆନୁସଙ୍ଗିକ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨,୨୦୧,୩୪ ଅନୁଯାୟୀ ବାଲିଗୁଡ଼ା ଥାନା କେସ୍ ନଂ ୧୩୪/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ପ୍ରଚେଷ୍ଟା ଆରମ୍ଭ କରିଥିଲା ବାଲିଗୁଡ଼ା ପୋଲିସ୍ । ଗିରଫ ଅଭିଯୁକ୍ତ ମାନେ ଚାରିଭାଇ ପୂନ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିନ୍ଦୁ ପ୍ରଧାନ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ହତ୍ୟାକୁ ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । କିନ୍ତୁ ହତ୍ୟାକାରୀଙ୍କ ସମସ୍ତ ଯୋଜନା ବିଫଳ ହୋଇଥିବା ଜଣାପଡ଼ିଛି । ପ୍ରକାଶଯେ, ଧର୍ମାନ୍ତରୀକରଣକୁ ନେଇ ଗାଁ ରେ ପୂର୍ବରୁ କିଛି ବିବାଦ ଥିବାବେଳେ ଜମିବାଡ଼ି ଓ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି । ଅନ୍ୟପଟେ ପୂର୍ବରୁ ବୁଡାଗୁଡ଼ାରେ ଏକ ପୋଲିସ୍ ଫାଣ୍ଡି ଥିଲା ପରବର୍ତ୍ତୀ ମୁହୁର୍ତ୍ତରେ ବନ୍ଦ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ନୁତନ ଗୃହ ନିର୍ମାଣ ହେଲା ସତ, କିନ୍ତୁ ଏଯାବତ୍ ଫାଣ୍ଡି ଖୋଲୁଛି କିନ୍ତୁ କର୍ମଚାରୀ ନିୟୋଜିତ ହେଉନାହାନ୍ତି । ଫଳରେ ଅଞ୍ଚଳରେ ଥିବା ଅସାମାଜିକ ଲୋକମାନଙ୍କର ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଓ ସରକାରଙ୍କ ଯୋଜନାକୁ ସଫଳ କରାଇବାରେ ଗୁରୁତ୍ଵ ଭୁମିକା ବହନ କରିବା ଆବଶ୍ୟକ । ନଚେତ୍ ଅଞ୍ଚଳବାସୀ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ଦେଶ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026