Home ଓଡ଼ିଶା ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ ଙ୍କ ଅଧକ୍ଷତା ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ଼ :- ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ ଙ୍କ ଅଧକ୍ଷତା ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ,ମନ୍ତ୍ରୀ ଶ୍ରୀମତୀ ରିତା ସାହୁ,ଜିଲ୍ଲା ଯୋଜନା, ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ବିଧାୟିକା, ଅତାବିରା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ସୁରେଶ୍ୱର ଶତପଥୀ ସାଂସଦ ପ୍ରତନିଧି, ଉପ ସଭାପତି, ଜିଲ୍ଲା ପରିଷଦ, ଶ୍ରୀ ମୋହନ ଲୁହା, ଜିଲ୍ଲା ପାଳ ଶ୍ରୀମତୀ ମୋନିଷl ବାନାର୍ଜୀ, ଜିଲ୍ଲା ପରିଷଦ ର ଅନ୍ୟାନ୍ୟ ସଭ୍ୟ ସଭ୍ୟା, ଗଣ ମାଧ୍ୟମର ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ମାନିନୀ ଭୋଇ ବିଭିନ୍ନ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ କୃଷି ବିଭାଗର ସମୀକ୍ଷା ବେଳେ ଚାଷୀଙ୍କୁ ଇନ୍ସ୍ୟୁରାନ୍ସ ପ୍ରଦାନ ତଥା ବିଭିନ୍ନ ପ୍ରକାର ବିହନ ଓ ସାର ପ୍ରଦାନ କ୍ଷେତ୍ରରେ ବିଳମ୍ବ ନହେବା ପାଇଁ ଜିଲ୍ଲା ପରିଷଦ ସଭ୍ୟ ସଂପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଳ ବିଭାଜିକାର କାର୍ଯ୍ୟ ସମୀକ୍ଷା ବେଳେ ଜିଲ୍ଲାରେ ପାନୀୟ ଜଳର ଅହେତୁକ ସମସ୍ୟାର ଯଥଶୀଘ୍ର ସମାଧାନ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଡାକ୍ତର ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପଦବୀକୁ ପୂରଣ ତଥା ଡାକ୍ତରମାନେ ନିଜସ୍ଵ ଡ୍ୟୁଟି ସମୟରେ ବେସରକାରୀ ଚିକିତ୍ସାଳୟ ରେ ଚିକିତ୍ସା ନକରିବା ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଜିଲ୍ଲାପାଳ, ଶ୍ରୀମତୀ ମୋନୀଷା ବାନାର୍ଜୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶିକ୍ଷା ବିଭାଗ, ପୂର୍ତ୍ତ ବିଭାଗ, ସାମାଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପଶୁ ସମ୍ପଦ ବିଭାଗ ଏବଂ ଜଙ୍ଗଲ ବିଭାଗର କାର୍ଯ୍ୟ ସମୀକ୍ଷା ପୂର୍ବକ ବିଭିନ୍ନ ସମସ୍ୟା ଓ ଏହାର ସମାଧାନର ଦିଗ ଉପରେ ଆଲୋଚନା କରାଯାଇଥିଲା । Categories: ଓଡ଼ିଶା, ଦେଶ, ବରଗଡ଼, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026