Home ଓଡ଼ିଶା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ପାରଳାଖେମୁଣ୍ଡି :- ସ୍ଥାନୀୟ ଶ୍ରୀଶୈଳମ୍ କଲ୍ୟାଣ ମଣ୍ଡପ ପରିସରରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୦ତମ ତିରୋଧାନ ଦିବସ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି . ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଉକ୍ତ ସଭାକୁ ସମ୍ମିଳନୀର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ଉଦ୍ଘାଟନ କରିଥିଲେ . ଶାଖା ସଭାପତି ଡକ୍ଟର ସିଦ୍ଧେଶ୍ୱର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ସମ୍ପାଦିକା ତନୁଜା ଶତପଥୀ . ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ମଂଚାସୀନ ହୋଇଥିଲେ ଯଥାକ୍ରମେ ବରିଷ୍ଠ ଗବେଷକ ଶ୍ରୀରଙ୍ଗ ନାୟକ ଓ ଶିକ୍ଷାବିତ ସରୋଜ ପଣ୍ଡା . ସମ୍ମାନିତ ଅତିଥି ରୂପେ ସମ୍ମିଳନୀର ରାଜ୍ୟ ଉପସଭାପତି ଗୌରାଙ୍ଗ ରାଉତ ବକ୍ତବ୍ୟ ରଖିଥିଲେ . ଅନ୍ୟମାନଙ୍କ ଭିତରେ କବି ସଚ୍ଚିଦାନନ୍ଦ ସାମଲ , ଭାଗବତ ପାଢ଼ୀ , ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ମହାରାଜାଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ , କୃଷ୍ଣଚନ୍ଦ୍ର କେବଳ ପାରଳାଖେମୁଣ୍ଡିର ନୁହନ୍ତି , ସେ ସମଗ୍ର ଓଡ଼ିଶାର . ଉଦ୍ଘାଟକ କବି ଶ୍ରୀ ମିଶ୍ର ମହାରାଜା ତାଙ୍କ ସମୟ ଠାରୁ ଦିପାଦ ଆଗରେ ଥିଲେ ବୋଲି ମତ ଦେଇଥିଲେ . ମୁଖ୍ୟ ଅତିଥି , ସମ୍ମାନିତ ଅତିଥି , ମୁଖ୍ୟ ବକ୍ତା କୃଷ୍ଣଚନ୍ଦ୍ରଙ୍କ ସ୍ମୃତି ଚାରଣ ଅବସରରେ ତାଙ୍କୁ ଯୁଗ ପୁରୁଷ ରୂପେ ଅଭିହିତ କରିଥିଲେ . ସାମ୍ବାଦିକ ଗଣେଶ ରାଜୁ , ସଂଗଠକ ମୂରଲୀ ପରିଚ୍ଛା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ . ଆଗାମୀ ଦିନମାନଙ୍କରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ଅଧିକ ପ୍ରଭାବଶାଳୀ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା . Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026