
୨୬ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- କୋରାଇ ବ୍ଳକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡିଆ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ପ୍ରାଣକୃଷ୍ଣ ମଲ୍ଲିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ସ୍ମୃତିଚାଣ ସଭା ଅନୁଷ୍ଠିତ ହୋଇଯାଇଛି । କୋରାଲ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଜୋରାଇର ବିଧାୟକ ଅଶୋକୁ କୁମାର ବଳ, ପ୍ରାକ୍ତନ ବିଧାୟକ ତଥା ‘ମୋ କଲେଜର ଅଧ୍ୟକ୍ଷ’ ଆକାଶ ଦାସନାୟକ, ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ବନ୍ଦିତା ପରିତା, ବିଜେପିର ଜୋରାଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ, ଯୁବନେତା ତଥା ଶିକ୍ଷାଉଦ୍ୟୋଗୀ ଇଂ ଆଲେକଜାଣ୍ଡର ଦାସ, କୋରାଇ ବିଡିଓ ରଞ୍ଜନ କୁମାର ପରିଡା, ବିଇଓ ସୁଦର୍ଶନ ମଲ୍ଲିକ, ପ୍ରୟାସ କଲେଜର କୋଡିନେଟର ପ୍ରୀତିରଞ୍ଜନ ବଳ, ବ୍ୟାସନଗର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ବରାଳ, ଧରଣୀଧର ଘଡାଇ, ଏକ ନମ୍ବର ଜିଲାପରିଷଦ ସଭ୍ୟ ସସ୍ମିତା ତରାଇ, ୨ନମ୍ବର ଜିଲାପରିଷଦ ସଭ୍ୟ ଉମାକାନ୍ତ ମାଝୀ, ପୂର୍ବତନ ସଭ୍ୟା ମାତାଜୀ ଆଏଚ, ବିଧାୟକ ପ୍ରତିନିଧି ତାରକେଶ୍ବର ମହାନ୍ତି, ଜିଲା ଯୁବବିଜେଡି ସଭାପତି ପ୍ରତାପ କୁମାର ମହାନ୍ତି, ଜିଲା ସାମ୍ବାଦିକ ସଂଘର ସଭାପତି ସୁବସ ଧଳ, ବରିଷ୍ଠ ସାମ୍ବାଦିକ ଶରତଚନ୍ଦ୍ର ପଥାଳ, ଶ୍ରୀକାନ୍ତ ରାୟ, ବସନ୍ତକୁମାର ମହାନ୍ତି, ବିରଂଚିନାରାୟଣ ଘଂଟିଆ, ବାଇଧର ମାଝୀ, ଜୋରାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡକ୍ଟର ମୋହନ ଚରଣ ଖୁଂଟିଆ, ଅଧ୍ୟାପକ ଅରୁଣ କୁମର ମିଶ୍ର, ସନ୍ୟାସିପ୍ରସାଦ ବାରିକ, ସନ୍ତୋଷ କୁମାର ଜେନା, ପଦ୍ମଭୂଷଶ ରାଉତରାୟ ଯୋଗଦେଇ ସ୍ଵର୍ଗତ ପ୍ରାଣକୃଷ୍ଣ ସାର୍ ଜଣେ ପରୋପକରୀ, ଆଧ୍ୟାତ୍ମିକବାଦୀ ଓ ସଂସ୍କୃତିପ୍ରେମୀ ତଥା ମେଳାପୀ ମଣିଷ ଥିଲେ ବୋଲି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ଗୌରଶଙ୍କର ମହାପାତ୍ର, ଅନ୍ଧାରୀ ସରପଂଚ ରାଜେନ୍ଦ୍ରକୁମାର ରାଉତରାୟ, ହଳଦିଗଡିଆ ସରପଂଚ ଅନିଲକୁମାର ମହାପାତ୍ର, ପ୍ରଧାନଗୁରୁଜୀ ପ୍ରଦୀପ୍ତ କୁମାର ବିଶ୍ବାଳ, ମଦନମୋହନ ବେହେରା, ଆଶୀର୍ବାଦ ରାଇସମିଲର ପରିଚାଳକ ଶରତଚନ୍ଦ୍ର ଦାସ, ପୂର୍ବତନ ସରପଂଚ ଦୀପ୍ତିମୟୀ କୁଅଁର, ସୌଭାଗ୍ୟ କୁମାର ମହାନ୍ତି, ପ୍ରାଧ୍ୟାପକ ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପକୁମାର ଧଳ, ମାନସକୁମାର ଜେନା, ଅକ୍ଷୟକୁମାର ସାମଲ, ଅଧ୍ୟାପକ ହୃଷିକେଶ ତ୍ରିପାଠୀ, ପ୍ରଧାନଶିକ୍ଷକ ଅଭୟଙ୍କୁମାର ମହାପାତ୍ର, ସୁଶାନ୍ତଙ୍କୁମାର ମଲ୍ଲିକ, ବ୍ୟାସନଗର ପ୍ରେସ ଫୋରମର ଉପସଭାପତି ଦାୟାନିଧୁ ନାୟକ, ବରିଷ୍ଠ ସାମ୍ବାଦିକ ଆଶୁତୋଶ ପଟ୍ଟନାୟକ, ଜିତେନ୍ଦ୍ରକୁମାର ରାଉତ, ପ୍ରମୋଦକୁମାର ପାତ୍ର, ପ୍ରହଲ୍ଲାଦ ଦେଓ, ଆଶୁତୋଷ ମିଶ୍ର, ମାନସ ରଞ୍ଜନ ବୋଇତାଇ, ଆଶିଷ କୁମାର ଆଏଚ, ଦୀପଜକୁମାର ଦାଶ, ତାରିଣୀକୁମାର ପଟ୍ଟନାୟକ,ପବିତ୍ର କୁମାର ରାଉତରାୟ, ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତଙ୍କୁମାର ମଲ୍ଲିକ, ପ୍ରମୋଦ କୁମାର ସାହୁ, ରାଜେଶ ମହାନ୍ତି, ଅକ୍ଷୟକୁମାର ବାରିକ, ଆଲୋକ କୁମାର ଦାଶ, ପ୍ରସନ୍ନ କୁମାର ସ୍ୱାଇଁ, ପଦ୍ମନାଭ ନାୟକ, ଜଳଧର ଜେନା, ଦୁର୍ଗାପ୍ରସାଦ ପରିଡା, ଚାନନ୍ଦ ସାହୁ, ଦେବବ୍ରତ ଦାସ, ରବୀନ୍ଦ୍ରକୁମର ମଲିଜ, ସଂଜୟ କୁମାର ମଲିକ, ଗୌତମ ଚରଣ ଜେନା, ଅକ୍ଷୟକୁମାର ମଲ୍ଲିକ, ଶିକ୍ଷାବିତ କୈଳାସଚନ୍ଦ୍ର କୁଆଁର ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା, ପ୍ରଶଂସକ, ପୁରାତନ ବିଦ୍ୟାର୍ଥୀ ଗ୍ରାମବାସୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ଵର୍ଗତ ମଲ୍ଲିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ମଝିଆପୁଅ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

