Home ଓଡ଼ିଶା ଛେଲିଗଡ ବିସ୍ଥାପିତ ମାନଙ୍କର ଦାବୀକୁ ସରକାର ତୁରନ୍ତ ମାନନ୍ତୁ : ଶ୍ରୀକାନ୍ତ ପାଢ଼ୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନାରେ ରାଜ୍ୟର ଜଳ ସମ୍ପଦ ବିଭାଗର ଇନ୍ଦ୍ରାବତୀ, ଲୋୟାର ଇନ୍ଦ୍ରାବତୀ, ଓ ଛେଲିଗଡ ସହ ୩୩ ଟି ପ୍ରକଳ୍ପ ନିମନ୍ତେ ୩୫୩୭ କୋଟି ଟଙ୍କା ମଂଜୁର କରିଥିଲେ l ସେଥି ମଧ୍ୟରୁ କେବଳ ୯ଟି ପ୍ରକଳ୍ପ ସାରିଥିବା ବେଳେ ୨୪ଟି ପ୍ରକଳ୍ପ ଅସ୍ପପୂର୍ଣ୍ଣ ଅବସ୍ଥାରେ ରହିଛି l ଏଥିରେ ଛେଲିଗଡ ପ୍ରକଳ୍ପ ମଧ୍ୟ ଅଛି l ଛେଲିଗଡ ଜଳ ପ୍ରକଳ୍ପ ଛେଳି ଗଡ଼ ଗ୍ରାମରେ ଗଜପତି ଜିଲ୍ଲା ରେ ଅଛି l ବର୍ତ୍ତମାନ ଉକ୍ତ ପ୍ରକଳ୍ପର ବ୍ୟୟ ବରାଦ ୯୩୬.୬୩ କୋଟି ରଖାଯାଇଛି (୨୦୨୨) l ଏହାର ସମ୍ପର୍ଣ୍ଣ ଲମ୍ବା ୨୭୬ ମିଟର ସହ କେନ୍ଦ୍ର ସ୍ପିଲ୍ଲବେୟ (spill way)୧୦୨ ମିଟର ଲମ୍ବା ଅଛି l ଟର୍ନେଲର ୧୨୮୦ ମିଟର ଲମ୍ବା ଏବଂ ଓସାର ୩ମିଟର ଅଟେ l ପ୍ରକଳ୍ପ ର କାମ ଶେଷ ହେଲେ ୫୨୦୧ haପାଣି ଗଛିତ ରହିବ l ପାଣି ଚାଷ ଜମିକୁ ୬୨୬୦ha ରୁ ଗଞ୍ଜାମ କୁ ୫୭୬୦ha ଏବଂଗଜପତି ଜିଲ୍ଲା କୁ ୫୦୦ha ଚାଷ ଜମିକୁ ପାଣି ମିଳିବ l ୧.୦୦ lacକୁ ମାକ୍ସ ପିଇବା ପାଣି ବ୍ରହ୍ମପୁର ସହରକୁ ମିଳିବ l ୩୬ମେଗା ୱାଟର ବିଦ୍ୟୁତ ୩ଟି ମିନି hydel schmes ସିୟା ଲଟି, କାନକଟା, ଏବଂ ଦେକିଲି ଗଜପତି ଜିଲାରୁ ପ୍ରଡୁକ୍ସନ ହେବ. ଏଥିରେ ସମ୍ପୂର୍ଣ ଡେମ, reserver, ଏବଂ ଟନେଲ ପାଇଁ ୩୨୯.୭୮୨ ha ହେଇଛି ଏବଂ ଏହା ପାଖା ପାଖି ୮୯.୨୨% ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଋଷୁକୂଲ୍ୟା, ବଂଶଧାରା, ନାଗବଳି ର କହିଛନ୍ତି l ଏହି ପ୍ରକଳ୍ପ ୧୮/୧୧/୨୦୦୫ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ମାର୍ଚ୍ଚ ୨୦୧୦ ସୁଦ୍ଧା ସମାପ୍ତ ହେବ ବୋଲି ସରକାର ଘୋଷଣା କରିଥିଲେ କିନ୍ତୁ ଦୁଃଖର କଥା ଏହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ l ଏହା ୨୦୨୫ ସୁଦ୍ଧା ଶେଷ ହେବ ବୋଲି ୫ଟି ସଚିବ ଏକ ସପ୍ତାହ ପୂର୍ବରୁ ଘୋଷଣା କରିଛନ୍ତି l କିନ୍ତୁ ଏହା ପ୍ରକୃତରେ କେବେ ଶେଷ ହେବ କେହି ବି କହି ପାରୁନାହାନ୍ତି କାରଣ ସରକାରଙ୍କର ଆନ୍ତରିକ ନାହିଁ କାରଣ କେବଳ ମୁଖ୍ୟମନ୍ତ୍ରୀ ହିଁ ଏହି ଜଳ ସମ୍ପଦ ଭିଭାଗାର ମନ୍ତ୍ରୀ ହିସାବରେ ୨୩ବର୍ଷ ଶାସନରୁ ୧୭ବର୍ଷ ୫ମାସ ରହିଲେ l ଏଥିରେ ବ୍ୟପକ ଆନମିୟତା ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟ ରେ କହିଛନ୍ତି ସେହି ରିପୋର୍ଟ କୁ ନେଇ ଶ୍ରୀକାନ୍ତ ପାଢ଼ୀ ଉଚ୍ଚ ନ୍ୟାୟାଳୟର ୨୦୧୧ରେ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ମାନ୍ୟବର କୋର୍ଟଙ୍କ ଶୁଣାଣି କରି fir ଦେବାକୁ କହିଥିଲେ କିନ୍ତୁ ମୁଖ୍ୟ ମନ୍ତ୍ରୀ ଙ୍କ ଘରୋଇ ବିଭାଗ ଅଭିଯୋଗ ଗ୍ରହଣ କରୁନାହିଁ,ମାର୍ଚ୍ଚ ୨୦୨୧ ରେ ଆସିଲା ଏବଂ ଏଥିରେ କୋର୍ଟ କହିଲେ ଯେ ତେଣୁ ସରକାର ଙ୍କ ୫ଟି ସଚିବ ଗଞ୍ଜାମ ଗଜପତି ଜନତାଙ୍କୁ ଧୂୟାବାଣ ମାରି ଲୋକଙ୍କୁ ଭୂୟାଁ ବୁଲାଉଛନ୍ତି l ଆସନ୍ତା କଲି ୨୦୦୮ମସିହାରୁ ଛେଲିଗଡ ପ୍ରକଳ୍ପ ଚଞ୍ଚଳ ହେଉ ବୋଲି ଆନ୍ଦୋଳନ କରୁଥିବା ବିଜେପି ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଛେଲିଗଡ ପ୍ରକଳ୍ପର ବୁଡି ଅଞ୍ଚଳ ଯାଇ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବୁଡି ଏବଂ ଆଂଶିକ ବୁଡି ଅଞ୍ଚଳର ବିସ୍ଥାପିତ ମାନଙ୍କ ସହିତ ବୈଠକ ରେ ଯୋଗ ଦେଇ ଆସିଛନ୍ତି l ବିସ୍ଥାପିତ ମାନଙ୍କ ର ଦୁଃଖ ସରକାର ଶୁଣୁନାହାନ୍ତି ଏବଂ ୨୦୧୩ ର ଜୋ ଯୋଜନା ଅଛି ସେହି ନିୟମରେ ବା ବର୍ତ୍ତମାନ ନୁଆଁ ନିୟମ ଅନୁଯାଇ ବିସ୍ଥାପିତଙ୍କୁ ପ୍ରାପ୍ୟ ଦିଆଯାଉ ଏବଂ ୧୬ ଟି ଦାବୀ ସରକାର ତୁରନ୍ତ ପଦକ୍ଷେପ ନିୟନ୍ତୁ ବୋଲି ସର୍ବ ସମତି କ୍ରମେ ନିଷ୍ପତି ନିୟଯାଇଛି l ସରକାର ତରଫରୁ ୩୫୦ ପରିବାର ବୁଡି ଅଞ୍ଚଳ ରବୋଲି କହୁ ଥିବା ବେଳେ ବିସ୍ଥାପିତ ମାନେ ୧୦୦୦ ରୁ ଅଧିକ ପରିବାର ଅଛନ୍ତି ବୋଲି ଦାବୀ କରୁଛନ୍ତି, ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟ୍ଟା, ଆର୍ଥିକ ସହାୟତା , ପରିବାରର ଜଣକୁ ସରକାରୀ ଚାକିରୀ ଏହି ପରି ବିଭିନ ଦାବୀ ସରକାର ଶୁଣୁ ନାହାନ୍ତି ଏବଂ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ସଚିବ,୫ଟି ସଚିବ ଆସି ବୁଲି ଗଲେଣି କିନ୍ତୁ ଆମ ସହିତ ଚର୍ଚ୍ଚା କରୁନାହାନ୍ତି ତେଣୁ ଆଗାମୀ ଦିନରେ ବ୍ରହ୍ମପୁରରେ ଏକ ବିରାଟ ଆନ୍ଦୋଳନ କରି ଆରଡିସି ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନେଇଛନ୍ତି l ଉକ୍ତ ସଭା ରେ ଶ୍ରୀକାନ୍ତ ପାଢ଼ୀଙ୍କ ସହିତ ଆଦିକନ୍ଦ କାରଜି,ଚୈତନ୍ୟ ସାହୁ, ଚିନ୍ମୟ ରେଡଡି, ନିରଞ୍ଜନ ପାଢ଼ୀ ସହିତ ବହୁ ବିସ୍ଥାପିତ ଉପସ୍ଥିଷ୍ଠ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026