ରଣପୁର : ଶୀତଳ ଷଷ୍ଠୀ ରେ ଜଳଛତ୍ର ବଣ୍ଟନ : ନମ୍ରତା ସିଂହଦେଓ

ରଣପୁର ନିର୍ବାଚନ ମଣ୍ଡଳୀ ର ପ୍ରତେକ ଜନସାଧାରଣ ଙ୍କ ସୁଖ ଦୁଃଖରେ ମୁଁ ସାଥୀ ହେବି . ନମ୍ରତା ସିଂହଦେଓମୁଁ ନମ୍ରତା ସିଂହଦେଓ ରଣପୁର ମାଟିର ଝିଅ ଏହି ମାଟି ପାଣି ପବନରେ ବଢ଼ିଛି ଏଣୁ ଏହି ମାଟିର ଅଭାବୀ ମଣିଷ ମାନଙ୍କର ସେବା କରିବା ବିଶେଷ କରି ପରିବେଶକୁ ସୁରକ୍ଷା କରିବା ପାଇଁ ଓ ଧ୍ୟାନ ଦେଇ ବୃକ୍ଷରୋପଣ କରିବା ପାଇଁ ଆମେ help mission trust ତରଫରୁ କାର୍ଯ୍ୟକ୍ରମ ଜାରି ରଖିବୁ .

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ରଣପୁର :- ଶୀତଳ ଷଷ୍ଠୀ ରେ ଜଳଛତ୍ର ବଣ୍ଟନ, ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ help mission trust ତରଫରୁ ଶୀତଳ ଷଷ୍ଠୀ ଅବସରରେ ପଥଚାରୀ ମାନଙ୍କ ପାଇଁ ଜଳଛତ୍ର ଆୟୋଜନ କାର୍ଯ୍ୟକ୍ରମ କରାଯାଇଥିଲା,ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଅନୁଧ୍ୟାନ କରି ଏହି ଜଳଛତ୍ର ବଣ୍ଟନ କରାଯାଇଛି ବୋଲିhelp mission trust ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ବିଶିଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ଓ ସମାଜସେବୀ ନମ୍ରତା ସିଂହଦେଓ ମତ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଯେ ଆଜି ଠାରୁ help mission trust ତରଫରୁ ବୃକ୍ଷରୋପଣ ନିରକ୍ଷର ମହିଳା ମାନକୁ ସାକ୍ଷାରତା କରିବାର ଅଭିଯାନ ନିରାଶ୍ରୟ ବୃଦ୍ଧା ମାନକୁ ସହାୟତା ପ୍ରଦାନ

ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ ରଣପୁର ଅଞ୍ଚଳରେ ଅନୁଷ୍ଠିତ ହେବ କାରଣ ମୁଁ ରଣପୁର ମାଟିର ଝିଅ ଏହି ମାଟି ପାଣି ପବନରେ ବଢ଼ିଛି ଏଣୁ ଏହି ମାଟିର ଅଭାବୀ ମଣିଷ ମାନଙ୍କର ସେବା କରିବା ବିଶେଷ କରି ପରିବେଶକୁ ସୁରକ୍ଷା କରିବା ପାଇଁ ଓ ଧ୍ୟାନ ଦେଇ ବୃକ୍ଷରୋପଣ କରିବା ପାଇଁ ଆମେ help mission trust ତରଫରୁ କାର୍ଯ୍ୟକ୍ରମ ଜାରି ରଖିବୁ ଚଳଚ୍ଚିତ୍ର ରେ ଅଭିନୟ କରିବା ମୋର ପେସା ହେଲେ ମଧ୍ୟ ମୋ ମାଟିର ସେବା କରିବା ମୋର ପ୍ରବୃତ୍ତି ଆଜିର ଏହି ଜଳଛତ୍ର କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁ ରହିବ ରକି,ରାଜା ,ଚିନ୍ମୟ, ଶୁଭକାନ୍ତ ସାଇ, ଇଶା, ରାଣୀ, ଦୁଗଲ ,ସନ୍ଦୀପ, ଆଲୋକ ପରିଚାଳିତ କରିବାରେ ପ୍ରମୁଖ ସହଯୋଗ କରୁଥିଲେ ଏବଂ ବହୁ ବରିଷ୍ଠ ବ୍ୟକ୍ତି ଏହି ଆୟୋଜନ ରେ ଆସି ଯୋଗ ଦେଇଥିଲେ . HELP MISSION TRUST, ନମ୍ରତା ସିଂହଦେଓ

Exit mobile version