ତୁମୁରାପୁଟ୍ ଶାସନ ଗ୍ରାମ ପଞ୍ଚାୟତ ଠାରେ ମୁଖ୍ୟମନ୍ତ୍ରୀ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବାଣପୁର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ୍ ଶାସନ ଗ୍ରାମ ପଞ୍ଚାୟତ ର ଅଙ୍ଗନୱାଡି ଠାରେ ଅନୁଷ୍ଠିତ ହୋଇଯାଇଛି, ମଣିଷ ଜୀବନ ର ମୁଖ୍ୟ ଅଙ୍ଗ ଆଖି , ଆଖି ବିନା ଦୁନିଆଁ ଅନ୍ଧାର, ଆଖି ର କେମିତି ଯତ୍ନ ନେବା ସେ ବାବଦରେ ଏକ ଗୋଦାବରୀଶ ମହା ବିଦ୍ୟାଳୟ ର ରୋଭର୍ ଏବଂ ରେଞ୍ଜର ସ୍କାଉଟ୍ ଓ ଗାଇଡ଼ ର ମିଳିତ ସହଯୋଗରେ ମୁଖ୍ୟ ମନ୍ତ୍ରୀ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଯୋଗ ଦେଇଥିଲେ ତୁମୁରାପୁଟ୍ ଶାସନ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା,ସମାଜ ସେବୀ ଶ୍ରୀଯୁକ୍ତ ରବି ନାରାୟଣ ପାଲ୍,ଗୋଦାବରୀଶ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନନ୍ଦ,ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶ୍ରୀଯୁକ୍ତ ବୈରାଗୀ ଚରଣ ବଳ ସହଯୋଗ କରିଥିଲେ, ଏହି ଶିବିର କୁ ବାଣପୁର ମେଡ଼ିକାଲ ର ଚକ୍ଷୁ ସହାୟକ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ସମସ୍ତ ଙ୍କୁ ଚକ୍ଷୁ ପରୀକ୍ଷା କାରୀ ଔଷଧ ବିତରଣ କରିଥିଲେ,ସମସ୍ତେ ଚକ୍ଷୁ ପରୀକ୍ଷା କରିବା ନିମନ୍ତେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ।

Exit mobile version