୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୪୮ତମ କାର୍ଯ୍ୟକାରିଣୀ ବୈଠକ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟସ୍ଥ ଆରଖୁ ଭ୍ୟାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ବୁଧବାର ସକାଳ ଦଶଟାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସଭାପତି ସମ୍ପତ୍ କୁମାରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜୋନାଲ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସଙ୍ଗଠନ ଜରିଆରେ ୧୮ ଦଫା ଦାବି ସମ୍ବଳିତ ଦାବିପତ୍ର ଉପସ୍ଥାପନା କରିଥିଲେ । 
ବିଶେଷ କରି ନୂତନ ପେନସନ ନିୟମ ରଦ୍ଧ ସହିତ ପୁରୁଣା ପେନସନ ସ୍କିମ୍ ଲାଗୁ, ଟିଟି ରେଷ୍ଟ୍ ରୁମ୍ ମାନଙ୍କରେ ରେଳ ବୋର୍ଡ ୨୦୧୮ ନିଷ୍ପତି ଅନୁଯାୟୀ ଏସି ସଂଯୋଗ ଓ ରୋଷେଇ ଘର ସହିତ ରୋଷେଇ ବ୍ୟବସ୍ଥା,ରନିଙ୍ଗ ଷ୍ଟାଫ୍ ମାନଙ୍କ ପାଇଁ ସର୍ବନିମ୍ନ ମାଇଲେଜ୍ ବ୍ୟବସ୍ଥା, ଟ୍ରାକ ମ୍ୟାନ ଓ ମେଡିକାଲ ସେବକ ମାନଙ୍କୁ ବିଭାଗୀୟ ପଦୋର୍ଣତି ପରୀକ୍ଷା ଦେବାପାଇଁ ଅନୁମତି ପ୍ରଦାନ, ୨୦୧୪ରୁ ଅର୍ବାନ ବ୍ୟାଙ୍କର ବନ୍ଦ୍ ପଡ଼ିଥିବା ଲାଭାଂଶ ରିଜର୍ଭ ବ୍ୟାଙ୍କରୁ ସୁଧ ପାଇଥିବାରୁ ସମସ୍ତ ଅଂଶୀଦାର ଯେମିତି କି ମୃତ,ଅବସର ଓ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସୁଧ ସହ ଲାଭାଂଶ ପ୍ରଦାନ ଭଳି ଅନେକ ଦବି ସର୍ବ ସମ୍ମତି କ୍ରମେ ଉପସ୍ଥାପିତ ହୋଇଥିଲା । ଇଥିରେ ବିଶାଖାପାଟଣା ମଣ୍ଡଳ ପ୍ରଭନ୍ଧକ ଶ୍ରୀ ଅନୁପ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳର ଅଧିକାଂଶ ବରିଷ୍ଟ ଅଧିକାରୀ ମାନେ ଅନ୍ୟାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମଣ୍ଡଳ ପ୍ରଭନ୍ଧକ ଶ୍ରୀ ଶତପଥୀ ନିଜ ବକ୍ତବ୍ୟରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉଦବୋଧନ କହିଥିଲେ ଯେ’ ଭାରତୀୟ ରେଲୱେ ରେ କାମ କରୁଥିବାରୁ ଗର୍ବ ଅନୁଭବ କରିବା ଉଚିତ୍, ଯେ ପର୍ଯ୍ୟନ୍ତ ନିଜ କାର୍ଯ୍ୟ ନିଷ୍ଠାର ସହିତ ହୃଦୟ ବିତରୁ କରୁଥିବେ ସେ’ପର୍ଯ୍ୟନ୍ତ ଆପଣ ମାନଙ୍କ କୌଣସି ଅସୁବିଧା ହେବନାହିଁ । ଏବଂ ମୋ ଜାଣତରେ କୌଣସି ନିର୍ଦ୍ଦୋଷ କେବେ ଦଣ୍ଡ ପାଇ ନାହିଁ । ଦିତିୟାର୍ଦ୍ଧରେ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସାହୁ ପ୍ରଥମେ ୨୦୨୨/୨୩ ର ଆୟ ବ୍ୟୟ ହିସାବ ଦେଇଥିଲେ । ଏହାକୁ ଗୃହ ଅନୁମୋଦନ ଦେଇଥିଲା । ଏଥିରେ ତିନୋଟି ମଣ୍ଡଳର ଯଥା ବିଶାଖାପାଟଣା, ଖୋର୍ଦ୍ଧାରୋଡ଼ ଓ ସମ୍ବଲପୁର’ର ୪୦ ଟି ବ୍ରାଞ୍ଚର ସମ୍ପାଦକ ମାନେ ନିଜର କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆଜିର ଏହି ବୈଠକରେ ବିଶାଖାପାଟଣା ମଣ୍ଡଳ ସଂଯୋଜକ ଟି ମଉଳି, ସମ୍ବଲପୁର ମଣ୍ଡଳ ସଂଯୋଜକ ଭୂପେସ ମୁଣ୍ଡ ଓ ଖୋର୍ଦ୍ଧାରୋଡ଼ ମଣ୍ଡଳର ଭାରପ୍ରାପ୍ତ ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ , ୨୧ ଜଣ କେନ୍ଦ୍ରୀୟ ପଦାଧିକାରୀ ସମେତ ୫୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୋଲି ମିଡ଼ିଆ ସେଲ୍ ମୂଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।

