ନୂଆଗାଁ ବ୍ଲକ୍ ର ଶହ ଶହ ଯୁବକ ,ବିଜୁପ୍ରେମୀ ମାନଙ୍କ ମଧ୍ୟରେ ଆନନ୍ଦ,ଉତ୍ସାହ ଏବଂ ଖୁସିର ଲହରୀ

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇ ଯାଇଛି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ।ତତ୍ ସହିତ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ବିଜୁ ଯୁବ ଭବନ ଏବଂ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ଯୁବକ ମାନେ ଅଧିକ ସକ୍ରିୟ ହୋଇପାରିବେ ,ଯୁବକ ଏବଂ ବିଜୁ ପ୍ରେମୀ ମାନେ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ବାବୁଙ୍କ ପରି ବିକଶିତ କାର୍ଯ୍ୟ କରିବେ।ଏହା କେବଳ ଦଶପଲ୍ଲା ବିଧାୟକ ଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା ବିଧାୟକ ବିକ୍ରମ ପଣ୍ଡା, ସତ୍ୟନାରାୟଣ ପ୍ରଧାନ ,,ପ୍ରଦୀପ ଭିସାରୀ,ଆଦିତ୍ୟ ମାଢି, ପ୍ରସାନ୍ତ ବେହେରା, ମହିଧର ରଣା,ଅଙ୍ଗଦ କହଁର, ସାଲୁଗା ପ୍ରଧାନ ,ଦାଶରଥି ଗମାଙ୍ଗ,ସୂର୍ଯ୍ୟମଣି ବୈଦ୍ୟ ,ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ। ବିଜୁ ଯୁବ ଭବନ ହେବା ଦ୍ଵାରା ଯୁବକ ମାନେ ଅଧିକ ତାଲିମ ଗ୍ରହଣ କରିପାରିବେ ଏବଂ ସେମାନେ ଏକତ୍ରିତ ହୋଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ କିପରି ଶତ ପ୍ରତିଶତ ସଫଳ ହେବ ସେ ନେଇ ବିଜୁ ଯୁବ ଭବନ ରେ ଏକତ୍ରିତ ହୋଇ ଆଲୋଚନା କରିପାରିବେ।ବିଜୁ ଯୁବ ଭବନ ଏବଂ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଅନାବରଣ ଯୁବକ ,ବିଜୁ ପ୍ରେମୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେବ, ଯାହାକୁ ନେଇ ନୂଆଗାଁ ବ୍ଲକ୍ ଯୁବକ ଏବଂ ବିଜୁପ୍ରେମୀ ମାନଙ୍କ ମଧ୍ୟରେ ଆନନ୍ଦ,ଉତ୍ସାହ ଏବଂ ଖୁସିର ଲହରୀ ଖେଳିଯାଇଛି। ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ପ୍ରଥମକରି ବିଜୁ ଯୁବ ଭବନ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିବାରୁ ବ୍ଲକ୍ ର ଶହ ଶହ ଯୁବକ , ବିଜୁ ପ୍ରେମୀ , ଅଞ୍ଚଲ ବାସୀ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରତି ପଞ୍ଚାୟତ ରୁ ଶହ ଶହ ଯୁବକ , ବିଜୁ ପ୍ରେମୀ,ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ବିଜୁ ଯୁବକ ସଂଘ ରେ ନୂଆଗାଁ ବ୍ଲକ୍ ର ୨୨ ଟି ପଞ୍ଚାୟତ ରୁ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ପ୍ରାଥମିକ ସଦସ୍ୟ ହୋଇଥିଲେ।

 

 

Exit mobile version