
୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି :- ଗଜପତି ଜିଲ୍ଲାକାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ସ୍ତ୍ରୀର ମୁଣ୍ଡକୁ କାଟି ଘରକୁ ନେଇ ଆସିଲା ନୃଶଂସ ସ୍ବାମୀ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ l କାଶୀନଗର ପୋଲିସ ଘଟଣାସ୍ଥଳରେ ପହଂଚି ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ବାମୀ ସ୍ତ୍ରୀ ଦୁହେଁ ମିଳିତ ଭାବେ ବଗଡକୁ ଚାଷ କରିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା l

