
୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଆର,ଉଦୟଗିରି ବ୍ଳକର ସଭାଗୃହରେ ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଧିକରଣ ଅଧ୍ୟକ୍ଷ ରବିନାରାୟଣ ବେହେରା ଓ `ସମର୍ଥ’ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କ ଅଧିକାର, ସେମାନଙ୍କ ପାଇଁ ସୁବିଧା ସୁଯୋଗ , ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ଜାତୀୟ ବାଦ୍ଧକ୍ୟ ଭତ୍ତା ଆବେଦନ ଆଦି ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ଅବସରରେ ଦୁଇଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା, ଦୁଇଜଣଙ୍କୁ ହ୍ବିଲ୍ ଚେୟାର,ଜଣେ ହିତଅଧିକାରୀଙ୍କୁ ବାଣିଶ୍ରୀ ମେଧାବୃତ୍ତି ସହ ଆଉ ଚାରିଜଣଙ୍କୁ ଦିବ୍ୟାଙ୍ଗଙ୍କୁ ସହାୟକ ଯନ୍ତୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଲରିମନ ଖର୍ସେଲ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ଓ ସମର୍ଥ ଅନୁଷ୍ଠାନ ସଭାଫତି ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥତ ଥିଲେ ।

