କାଳବୈଶାଖିରେ ଆମ୍ବ ଗଛ ଡାଳ ଭାଙ୍ଗି କାର ଉପରେ ପଡ଼ିଲା, ଅଳ୍ପକେ ବର୍ତିଲେ ବାପ ପୁଅ

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) କଟକ :- ଆଜି ଅପରାହ୍ନରେ ହଠାତ ଆକାଶ ମେଘାଛନ ହୋଇ ଅନ୍ଧାର ଘୋଟିଆସିଲା । ଏହାର କିଛି ସମୟ ପରେ କାଳବୈଶାଖୀ ଝଡ଼ ବର୍ଷାରେ ରାସ୍ତାରେ ଯିଉଥିବା ଲୋକେ ଭୟ ଭିତ ହୋଇ ଏଣେ ତେଣେ ଦଉଡିଲେ । ବର୍ଷା ସାଙ୍ଗକୁ ତୁହାକୁ ତୁହା ବିଜୁଳି ମାରିବା ସହ ପବନର ବେଗ ଏତେ ପ୍ରଖର ଥିଲା ଯେ, ଗଛର ଡାଳ ପତ୍ର ଭାଙ୍ଗି ରାସ୍ତାରେ ପଡ଼ିଲା ।ଏହି କାଳ ବୈଶାଖୀ ଯୋଗୁଁ ତ୍ରୀଶୁଳିଆ ବାଙ୍କୀ ମୁଖ୍ୟ ରାସ୍ତାର , ଆଦିମାତା ପୀଠ ସମ୍ମୁଖ ରେ OD07Z-1589 ଏକ ନାଲି ରଙ୍ଗର କାର ଉପରେ ,ହଠାତ୍ ଏକ ଆମ୍ବ ଗଛର ଡାଳ ଭାଙ୍ଗି ପଡିଥିଲା । କାରଟି ଚେପା ହୋଇଯାଇଥିବା ବେଳେ ,ଦୃଘଟଣାରୁ ଅଳ୍ପେକେ ବର୍ତ୍ତୀଲେ କାର ଭିତରେ ବସିଥିବା ବାପ ପୁଅ ।ଆଜିର କାଳ ବୈଶାଖୀ ଯୋଗୁଁ ବାଙ୍କୀ ତ୍ରୀଶୁଳିଆ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଖବପାଇ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଁଚି ରାସ୍ତାରେ ଭାଙ୍ଗି ପଡିଥିବା ଗଛ ଡାଳକୁ କଟକରେ କାଟି ସଫା କରିବାରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

Exit mobile version