Home ଓଡ଼ିଶା ପଂଚମ ଥର ଲାଗି ସଣ୍ଡେ ଟାଇମ୍ସ ଧନୀ ତାଲିକା ଶୀର୍ଷରେ ହିନ୍ଦୁଜା ପରିବାର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ୧୦୮ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍ର ସହ ଅଧ୍ୟକ୍ଷ ଗୋପୀଚନ୍ଦ ହିନ୍ଦୁଜା ଓ ହିନ୍ଦୁଜା ପରିବାର ୩୫ ବିଲିଅନ ୟୁରୋ ସଂପତି ସହିତ ପଂଚମ ଥର ଲାଗି ବ୍ରିଟେନ୍ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସଣ୍ଡେ ଟାଇମ୍ସ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ବ୍ରିଟେନ୍ର ଶ୍ରେଷ୍ଠ ୧,୦୦୦ ଧନୀଙ୍କୁ ସାମିଲ କରାଯିବା ସହ ସେମାନଙ୍କ ସଂପତିକୁ ପ୍ରଦର୍ଶନ କରାଯାଇଛି । ବ୍ୟବସାୟ ଦୁନିଆରେ ହିନ୍ଦୁଜା ଗ୍ରୁପ୍ର ଉଲ୍ଲେଖନୀୟ ସଫଳତାର ଏହି ସମ୍ମାନଜନକ ର୍ୟାଙ୍କିଙ୍ଗ୍ ହେଉଛି ପରିଚୟ । ଅଟୋମୋଟିଭ୍ ଠାରୁ ଆରମ୍ଭ କରି ଫାଇନାନ୍ସ, ଶକ୍ତି ଓ ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ହିନ୍ଦୁଜା ପରିବାରର ଯୋଗଦାନ ରହିଥିବା ବେଳେ ଏହା ଶିଳ୍ପ ମାନଙ୍କରେ ଉନ୍ନତି ଆଣିବା ସହ ବିଶ୍ୱ ଅର୍ଥନୀତିରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିଛି । ସଂଯୋଗର ବିଷୟ ହେଉଛି ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଏସ୍ ପି ହିନ୍ଦୁଜାଙ୍କ ଦେହାନ୍ତର କିିଛି ସମୟ ପରେ ସଣ୍ଡେ ଟାଇମ୍ସ ଧନୀ ତାଲିକା ଜାରି ହୋଇଥିଲା । ସ୍ୱର୍ଗତ ଏସ୍ ପି ହିନ୍ଦୁଜା ଓ ଜି ପି ହିନ୍ଦୁଜାଙ୍କ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଓ ଦୂରଦୃଷ୍ଟି ବଳରେ କଂପାନି ବିବିଧ ଶିଳ୍ପ କ୍ଷେତ୍ରରେ ସଫଳତାର ଅସୀମ ଶିଖରରେ ପହଂଚିପାରିଛି । ଏହି ସଫଳତା ପାଇଁ କୃତଜ୍ଞତା ଜଣାଇ ଶ୍ରୀ ଗୋପିଚନ୍ଦ ହିନ୍ଦୁଜା କହିଛନ୍ତି ଯେ “ସମ୍ମାନଜନକ ସଣ୍ଡେ ଟାଇମ୍ସ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିବାରୁ ମୁଁ ଓ ପରିବାର ଗଭୀର ଭାବେ କୃତଜ୍ଞ । ମୁଁ ମୋ ଭାଇମାନଙ୍କୁ ଭଲ ପାଏ । ଆମେ ଚାରି ଜଣ ହେଉଛୁ ଗୋଟିଏ ଆତ୍ମା । ଏହି ମାନ୍ୟତା ହେଉଛି ଉତ୍କର୍ଷ ପାଇଁ ହିନ୍ଦୁଜା ପରିବାରର ନିରବଚ୍ଛିନ୍ନ ସନ୍ଧାନ ଏବଂ ହିନ୍ଦୁଜା ପରିବାରର ପ୍ରତିଟି ସଦସ୍ୟ ପ୍ରଦର୍ଶନ କରିଥିବା ସାମଗ୍ରିକ ଉଦ୍ୟମ, ଅତୁଟ ସମର୍ପଣ ଓ ଉଲ୍ଲେଖନୀୟ ସହନଶୀଳତା ଏବଂ ଆମ ସଂସ୍ଥା ଭିତରେ ଥିବା ଉଲ୍ଳେଖନୀୟ ପ୍ରତିଭାର ପରିଚୟ ।’’ ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ହିନ୍ଦୁଜା ପରିବାର ପକ୍ଷରୁ ହିନ୍ଦୁଜା ଫାଉଣ୍ଡେସନ ଜରିଆରେ ଦାତବ୍ୟ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଗୋଷ୍ଠୀ ବିକାଶ ଉପରେ ଗୁରୁତ୍ୱ ଦେଇ ଫାଉଣ୍ଡେସନ ଅସଂଖ୍ୟ ଜୀବନକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିପାରିଛି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ରହିଛି ୨୯.୬୮୮ ବିଲିଅନ ୟୁରୋ ସହ ସାର ଜିମ୍ ରାଟ୍କ୍ଲିଫ୍, ୨୮.୬୨୫ ବିଲିଅନ ୟୁରୋ ସହ ସାର ଲିଓନାର୍ଡ ବ୍ଲାଭାଟିଂକ୍, ୨୪.୩୯୯ ବିଲିଅନ ୟୁରୋ ସହ ଡେଭିଡ୍ ଓ ସିମନ୍ ରୁବେନ୍ ଓ ପରିବାର, ୨୩ ବିଲିଅନ ୟୁରୋ ସହ ସାର ଜେମ୍ସ ଡାଇସନ୍ ଓ ପରିବାର, ୧୬ ବିଲିଅନ ୟୁରୋ ସହ ଲକ୍ଷ୍ମୀ ମିତଲ ଏବଂ ଗାୟ, ଜର୍ଜ, ଅଲାନା ଓ ଗାଲେନ୍ ୱେଷ୍ଟନ୍ଙ୍କ ୱେଷ୍ଟନ୍ ପରିବାର । Categories: ଓଡ଼ିଶା, ବାଣିଜ୍ୟ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026