୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ପୁଞ୍ଜିଆମ୍ମା ଶାସନ ଗ୍ରାମ ରେ ଓଡିଶା ସରକାର ଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସାତଦିନ ଧରି ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ ତଥା ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ସଭାପତି ଙ୍କ ସଭାପତିତ୍ୱରେ ତା ୨୪.୫.୨୦୨୩ ରିଖ ରୁ ୩୦.୫.୨୦୨୩ ତାରିଖ ପର୍ଯ୍ୟନ୍ତ ସେଲ୍ଫ ଡିଫେଁନ୍ସ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି,
ବାତ୍ୟା ,ବନ୍ୟା ରେ ଜନସାଧାରଣ ମାନେ କିପରି ନିଜ କୁ ରକ୍ଷା କରିପାରିବା ସହିତ ଅନ୍ୟ ଙ୍କୁ ରକ୍ଷା କରି ପାରିବେ ସେଥି ପାଇଁ ଟ୍ରେନିଙ୍ଗ ଦିଆଯିବ, ଓଡିଶା ଡିଯାଷ୍ଟର ମ୍ୟାନେଜ୍ ମେଣ୍ଟ ର ଖୋର୍ଦ୍ଧା ଜିଲ୍ଲା ରୁ ଦୁଇ ଜଣ ସେଲ୍ଫ ଡିଫେନ୍ଷ୍ ମ୍ୟାଡମ୍ ଓ ସାର୍ ଯୋଗ ଦେଇ ବିଭିନ୍ନ କୌଶଳ ମାଧ୍ୟମ ରେ ବୁଝେଇବା ସହିତ ଆଲୋଚନା କରିଥିଲେ, ଏଥିରେ ୫୦ ଜଣ ମହିଳା ଓ ଯୁବକ ଙ୍କୁ ଟ୍ରେନିଙ୍ଗ ଦିଆଯିବ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଏବଂ ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, କିପରି ବନ୍ୟା ବାତ୍ୟା ରେ କିଛି କ୍ଷେୟ କ୍ଷତି ହେବ ନାହିଁ, ଓଡିଶା ସରକାର କିପରି ତତ୍ଵପର ସାରା ରାଜ୍ୟ ରେ ଓଡିଶା ବନ୍ୟା ବାତ୍ୟା ମୁକାବିଲା କରିବାରେ ଏକ ନମ୍ବର ତାହା ବୁଝାଇ ଥିଲେ, ଭବିସତ ରେ ଯେମିତି ବନ୍ୟା ବାତ୍ୟା ରେ ଗ୍ରାମ୍ୟ ଅଞ୍ଚଳ ଗୁଡ଼ିକରେ କ୍ଷେୟ କ୍ଷତି ହେବ ନାହିଁ ତାହାରି ଉପରେ ଗ୍ରାମ୍ୟ ଅଞ୍ଚଳ ର ନାଗରିକ ମାନଙ୍କୁ ବନ୍ୟା ବାତ୍ୟା ମୁକା ବିଲା କରିବାପାଇଁ ଟ୍ରେନିଂଙ୍ଗ ଦିଆଯିବ, କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାତ୍ୟା ଆଶ୍ରୟ ସ୍ଥଳୀର ଉପ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ଜେନା, ବାତ୍ୟା ଆଶ୍ରୟ ସ୍ଥଳୀ ର ସମ୍ପାଦକ୍ ଶ୍ରୀଯୁକ୍ତ ଗୌରୀ ଶଙ୍କର ମିଶ୍ର, ନାଏଵ ସରପଞ୍ଚ ବ୍ୟୋତକେଶ୍ ମହାପାତ୍ର,ତୁମୁରାପୁଟ୍ ସରପଞ୍ଚ ଅକ୍ଷୟ କୁମାର ସେଠୀ,ବାତ୍ୟା ଆଶ୍ରୟ ସ୍ଥଳୀ ର ସମ୍ପାଦକ୍ ଶ୍ରୀଯୁକ୍ତ ଗୌରୀ ଶଙ୍କର ମିଶ୍ର,ବାଣପୁର ବ୍ଲକ ଏ ଵି ଡି ଓ ଶ୍ରୀଯୁକ୍ତ ସିମାଦ୍ରୀ ପାତ୍ର,ବାଣପୁର ବ୍ଲକ ଜି ପି ଓ ଶ୍ରୀମତୀ ମମତା ମଞ୍ଜରୀ ଚୀନରା ,ଗୋଦାବରୀଶ ମହା ବିଦ୍ୟାଳୟ ର ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ବିନାୟକ କୁମାର ହୋତା,ନୀଳକଣ୍ଠଶ୍ୱର ବିଦ୍ୟାପିଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ହୋତା, ସମିତି ସଭ୍ୟ ପ୍ରତିନିଧି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପଲେଇ, ପୁଞ୍ଜି ଆମ୍ମା ଶାସନ ର ବରିଷ୍ଠ ନାଗରିକ ତଥା ସମାଜ ସେବୀ ଶ୍ରୀଯୁକ୍ତ ଗୋଲଖ ମିଶ୍ର ଏବଂ ପ୍ରମୋଦ କୁମାର ହୋତା, ନେହେରୁ ସେବାସଙ୍ଘ ବାଣପୁର ଏନ ଜି ଓ , ଏ ନ ମ୍ ଶ୍ରୀମତୀ ମୀନା ଭୋଳ,ଆଶା ଶ୍ରୀମତୀ ସଂଯୁକ୍ତା ସାହୁ,ଏମ୍ବିକେ ମ୍ୟାଡମ୍ ଆଦି ଯୋଗ ଦେଇଥିଲେ, ପରି ଶେଷରେ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାତ୍ୟା ଆଶ୍ରୟ ସ୍ଥଳୀର ଉପ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

