୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପୁରୀ :- ମଶାଙ୍କ ଉତ୍ସ ନଷ୍ଟ ସହ ଭେକ୍ଟର ଜନିତ ରୋଗର ପ୍ରତିଷେଧକ ପାଇଁ ଏକ ସମନ୍ବୟ କମିଟି ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର ଅଧ୍ୟକ୍ଷତା କରିବା ସହ ଆଗାମୀ ବର୍ଷା ଋତୁ ପୂର୍ବରୁ ଓ ରଥଯାତ୍ରା କୁ ଦୃଷ୍ଟିରେ ରଖି ଏହି ଭେକଟର ଜନିତ ରୋଗ ଗୁଡିକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।
ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଯୋଗ ଦେଇ ପୌରପାଳିକା ପକ୍ଷରୁ ରଥଯାତ୍ରା ପୂର୍ବରୁ ଏକାଧିକ ଥର ମଶା ମରା ତୈଳ ସିଞ୍ଚନ, ଫଗିଂ,ଓ ଲାର୍ଭି ସାଇଟ ସ୍ପ୍ରେ ପ୍ରତ୍ୟେକ ୱ। ର୍ଡରେ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । ଅପରପକ୍ଷରେ ପ୍ରତ୍ୟେକ ଡ୍ରେନ ନିୟମିତ ସଫା ହେଉଛି । ସହରକୁ ସ୍ୱଛ ଓ ପରିସ୍କାର ରଖିବା ପାଇଁ ପୌରପାଳିକା ଉଦ୍ୟମ କରୁଛି । ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିବା ସହ ସ୍ୱାସ୍ଥ୍ୟ ବିଭାଗ କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଏଡିପିଏଚଓ ଡା ଏନ ସି ଜେନା, ପୌର ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ପ୍ରତିନିଧି ଡା ଦିପ୍ତୀ ରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ ।
