୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବରଗଡ଼ :- ବରଗଡ଼ ସମ୍ବଲପୁର ବସ୍ ସେବା ସବୁ ମାୟାରେ ବାୟା ହିସାବରେ ଚାଲିଛି । ଅଡିନାରି ବସ୍ ଭଡା ୪୪ କିଲୋମିଟର କୁ ଯାତ୍ରୀମାନେ ୫୦ଟଙ୍କା ଦେଉଛନ୍ତି । ଯାହାକି କିଲୋମିଟର ପିଛା ଟ୧.୨୦ପ . । ତେବେ ଏଥିରେ ଅଶୋକ ବିଲଡିକନକୁ ୯ଟଙ୍କା ଟୋଲ ଟେକ୍ସ ମଧ୍ୟ ନେଉଛନ୍ତି । ଓଏସଆରଟିସି ଏହି ସେବା ରେ ଦର୍ଶାଯାଇଛି ଯେ ବରଗଡ଼ ରୁ ସମ୍ବଲପୁର ରେମେଡ ଛକ ପର୍ଯ୍ୟନ୍ତ ୪୪ କିଲୋମିଟର କୁ ବସ୍ ଭଡା ୩୮ ଟଙ୍କା ଏବଂ ଟୋଲ ଟେକ୍ସ ୯ ଟଙ୍କା ସମୁଦାୟ ୪୭ ଟଙ୍କା । 
ତେବେ ଆଦୟ ହେଉଛି ୫୦ଟଙ୍କା । କଣ୍ଡକ୍ଟର ଙ୍କ ହାତରେ ଚେଞ୍ଜ ନଥାଏ । ସୂଚନା ଯୋଗ୍ୟ ଯେ ବରଗଡ଼ ଓଆର ୧୭ ନମ୍ବର ଥିବା ଯାନବାହାନ ରୁ ଅଶୋକା ବିଲଡିକନ ଟେକ୍ସ ନେଉନଥିବା ବେଳେ ସରକାରୀ ବସରେ ଟୋଲ ଟେକ୍ସ କିପରି ଆଦାୟ ହେଉଛି…? ଯଦି ଆଦାୟ ହେଉଛି ତାହା ସରକାରୀ ତହବିଲ କୁ ଯାଉଛି ତ..? ଏସଂପର୍କରେ ବରଗଡ଼ ଷ୍ଟେସନ ମ୍ୟାନେଜର ଜ୍ଞାତ ଅଛନ୍ତି ତ…?
