ପୁରୀରୁ ଜଗନ୍ନାଥଙ୍କ ଦିବ୍ୟରଥ ଚକା ପହଞ୍ଚିଲା ପାଟଣାଗଡ଼

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପାଟଣାଗଡ଼ :- ଚଳିତ ବର୍ଷ ପ୍ରଥମଥର ପାଇଁ ପାଟଣାଗଡ଼ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଦ ଚକ ପୁରୀରୁ ଆସିଲା ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ସାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିରାଟ ପଟୁଆର ସହିତ ସୁସଜ୍ଜିତ ରଥରେ ପୁରୀରୁ ଆସିଥିବା ରଥ ଚକକୁ ପ୍ରଥମେ ରାମଜି ଛକରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଶ୍ୱ ନିଆନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଦିବ୍ୟରଥ ଚକ ଆଧ୍ୟାତ୍ମିକ ପରିବେଶ ଭିତରେ ପାଟଣାଗଡ଼ରେ ପହଞ୍ଚିଛି । ଏହି ଦିବ୍ୟରଥ ଚକ ସବୁଦିନ ପାଇଁ ବରମପୁରାସ୍ଥିତ ବଳଦେବ ଜୀଉ ମନ୍ଦିରରେ ରହିବ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।ପ୍ରଥମେ ରାମଜି ଛକରେ ଦିବ୍ୟରଥ ଚକ ପହଞ୍ଚିବା ପରେ ଅଞ୍ଚଳବାସୀ ଧୂପ ଦୀପ ପୁଷ୍ପ ଅର୍ପଣ ପୂର୍ବକ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ କରି ମହାପ୍ରଭୁଙ୍କ ଚକକୁ ବିରାଟ ପଟୁଆରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ରାମଜି ଛକରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକକୁ ଭବ୍ୟ ସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରିବା ପରେ ସେଠାରେ ଉପସ୍ଥିତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଘଣ୍ଟ ବାଦ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପରେ ପରେ ଗୁଣ୍ଡିଚା ମନ୍ଦିର ରୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ରଥ ଚକାକୁ ସ୍ଥାନୀୟ ବରମପୁରାସ୍ଥିତ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା ।ଏହି ଭବ୍ୟ ଯାତ୍ରାରେ ସହରର ଉଭୟ ପଟେ ନିଜ ନିଜ ବାସଭବନ ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟଣାଗଡ଼ରେ ଥିବା ସର୍ବ ପୁରାତନ ବଳଦେବ ଜୀଉ ମନ୍ଦିରକୁ ନନ୍ଦୀଘୋଷ ଦିବ୍ୟରଥ ଚକକୁ ପ୍ରେରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ସହ ସମସ୍ତ ଦେବୋତ୍ତର ସଦସ୍ୟ ଗଣ ଅର୍ଜୁନ ପ୍ରସାଦ ଅଗ୍ରୱାଲ, ସୁନୀଲ ଗୋଏଲ, ରାଣା ପ୍ରଧାନ, ଇନ୍ଦୁଭୂଷଣ ଠାକୁର ଓ ସଦାଶିବ ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବ୍ୟରଥ ଚକକୁ ସର୍ବପୁରାତନ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯିବ । ଆଜି ଚକ ଆସିବା ପରେ ଶ୍ରୀଜଗନ୍ନାଥମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଶୋଭାଯାତ୍ରାରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ପୁାଲିସ ମୁତୟନ କରାଯାଇଥିଲା

Exit mobile version